ସବୁ ଜିଲ୍ଲାରେ ଫିଜିଓଥେରାପି ସେଣ୍ଟର୍

ଭୁବନେଶ୍ୱର (ବୁ୍ୟରୋ): ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ସୁବିଧା ସହ ଫିଜିଓଥେରାପି ସେଣ୍ଟର କାର୍ଯ୍ୟ କରିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ରହିଛନ୍ତି । ଶନିବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ବରିଷ୍ଠ ନାଗରିକଙ୍କ ସେବାଯତ୍ନ ନିମନ୍ତେ ଅଧିକ ତାଲିମପ୍ରାପ୍ତ ମାନବସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇ ଖୁବ୍ଶୀଘ୍ର ସେବାକାରୀଙ୍କ ପାଇଁ ଏକ ତାଲିମ ପ୍ରତିଷ୍ଠାନ ଆରମ୍ଭ ହେବ । ୫-ଟି ସୂତ୍ର ଅନୁସରଣରେ ବିଭାଗରେ ବୟସ୍କ ନାଗରିକଙ୍କ ସମସ୍ୟାର ପଞ୍ଜୀକରଣ ତଥା ସମାଧାନ ପାଇଁ ଅନ୍ଲାଇନ୍ ସୁବିଧା ଉପଲବ୍ଧ ହୋଇଛି । ବୟସ୍କ ନାଗରିକଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତା ବ୍ୟାପକ କରିବା ନିମନ୍ତେ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ।
ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଆରମ୍ଭ କରୁଥିବା ସମନ୍ୱିତ ଭିତ୍ତିଭୂମି କେନ୍ଦ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧାସୁଯୋଗ ରହିବ । ଚିକିତ୍ସା, ସୁଯୋଗ, ଅବସର ବିନୋଦନ ନିମନ୍ତେ ବିବିଧ ବ୍ୟବସ୍ଥା ରହିବ । ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାରେ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜଟଣୀ ଓ ସମ୍ବଲପୁର କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *