୭୧ଲକ୍ଷ ଟନ୍ ଧାନ ଟାର୍ଗେଟ୍

କ୍ୟାବିନେଟ୍ରେ ୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି
ଭୁବନେଶ୍ୱର ୩୦ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଧାନ ଓ ·ଉଳ ସଂଗ୍ରହର ସୁପରି·ଳନା ପାଇଁ ୨୦୨୨-୨୩ ଖରିଫ ବର୍ଷ ପାଇଁ ଖାଦ୍ୟ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୨-୨୩ ବର୍ଷରେ ମୋଟ ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବିଭାଗୀୟ ମନ୍ତ୍ରୀ ଚାହିଁଲେ ଧାର୍ଯ୍ୟ ଲକ୍ଷ୍ୟକୁ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ୨୦୨୧-୨୨ ଉଭୟ ଖରିଫ ଓ ରବି ଋତୁରେ ମୋଟ ୭୧.୦୩ଲକ୍ଷ ମେଟ୍ରିକ ଟନ୍ ଧାନ (୪୮.୦୪ଲକ୍ଷ ·ଉଳ) ସଂଗ୍ରହ ହୋଇଥିଲା ।
ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୨-୨୩ ବର୍ଷର ଖରିଫ ଋତୁରେ ମୋଟ ୫୭ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହା ·ଉଳ ଆକରରେ ପ୍ରାୟ ୪୮ଲକ୍ଷ ମେଟ୍ରିକ ଟନ୍ ହେବ । ପଞ୍ଜିକୃତ ଚାଷୀଙ୍କ ପାଖରେ ଯଦି ଅଧିକ ଧାନ ଥାଏ, ତା’ହେଲେ ଏହି ଲକ୍ଷ୍ୟଧାର୍ଯ୍ୟ ପରିମାଣକୁ ବିଭାଗୀୟ ମନ୍ତ୍ରୀ ବୃଦ୍ଧି କରିପାରିବେ ।
୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅବଧିରେ ଖରିଫ ଧାନ ଓ ୨୦୨୩ ମେ’ରୁ ଜୁନ୍ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ହେବ । ପଞ୍ଜିକୃତ ·ଷୀ ·ହିଁଲେ ନିଜର ସମସ୍ତ ଉତ୍ପାଦିତ ଧାନକୁ ବିକ୍ରି କରିପାରିବ । ନିଜ ଖାଦ୍ୟ ପାଇ ରଖିବା ନିମନ୍ତେ କୌଣସି ବାଧ୍ୟବାଧକତା ରହିବ ନାହିଁ । ପୂର୍ବଭଳି ·ଷୀଙ୍କୁ ପି-ପାସ୍ ମାଧ୍ୟମରେ ଧାନ ବିକ୍ରି କରିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ନିଜର ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମିଳିଯିବ । ଧାନ ବିକ୍ରି ନିମନ୍ତେ ପ୍ରଚଳିତ ସମସ୍ତ ନିୟମ ବଳବତ୍ତର ରହିଛି । ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିତରଣ ପାଇଁ ବାର୍ଷିକ ୨୨ଲକ୍ଷ ମେଟ୍ରିକ୍ ଟନ୍ ·ଉଳ ଆବଶ୍ୟକ । ବଳକା ·ଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ ।
ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ । ମହିଳା ଏସଏଚଜି, ପ୍ରାଥମିକ କୃଷି ସମବାୟ ସମିତି, ପାଣି ପଂ·ୟତ ଅ ।ଦି ମାଧ୍ୟମରେ ଧାନ କ୍ରୟ କରାଯିବ ୟ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ପଞ୍ଜିକୃତ ·ଷୀମାନେ ନିଜର ଧାନ ବିକ୍ରି କରିପାରିବେ ।
ସେହିପରି ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି ହୋଇଛି । ଓଡ଼ିଶା ସିଭିଲ୍ ସର୍ଭିସେସ୍ ଏକ୍ଜାମ୍ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପ୍ସନାଲ ବ୍ୟବସ୍ଥା ରହିବ । ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭୁ୍ୟକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି । ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଏଣିକି ଓଡ଼ିଆ ଭାଷରେ ଦେଇପାରିବେ । ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ ଥର ପରୀକ୍ଷା ଦେଇପାରିବେ । ଏସ୍ଟି/ଏସ୍ସି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ ।
ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ । ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା । କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ସଂଖ୍ୟା ୩୫୯ରୁ ୪୭୯କୁ ବୃଦ୍ଧି କରାଯାଇଛି । ସେହିପରି ଖଣି ଓ ଭୂତତ୍ତ୍ୱ ନିଦେ୍ର୍ଦଶାଳୟ ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି । ନୂଆ ତଥା ଏକକ ଖଣି ଓ ଭୂତତ୍ତ୍ୱ ନିଦେ୍ର୍ଦଶକ ସୃଷ୍ଟି ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *