କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର (ବୁ୍ୟରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ କଟକ ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ଉ କରାଯାଇଛି ।
ଯନ୍ତ୍ରୀ ଶ୍ରୀ ସାହୁ ବ୍ରହ୍ମପୁର ଡିଭିଜନର ବାଘୁଆ ଜଳ ଭଣ୍ଡାର ଡିଭିଜନରେ ସହକାରୀ ନିର୍ବାହୀଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ସେ ବ୍ରହ୍ମପୁରରେ ରହୁଥିବା ବେଳେ ବିଜୟ ବିହାର ଠାରେ ୩ମହଲା ବିଶିଷ୍ଟ କୋଠା, ୨ହମଲା କୋଠା ସହ ୨ଟି ପ୍ଲଟ୍, ବ୍ୟାଙ୍କ, ପୋଷ୍ଟାଲ ଓ ଇନ୍ସୁରାନ୍ସରେ ଜମା ରଖିଥିବା ୪୦ଲକ୍ଷ ଟଙ୍କାର ନଥିପତ୍ର ମିଳିଛି । ଏହାସହ ଗୋଟିଏ ହୁଣ୍ଡାଇ କାର୍ ମିଳିଥିବା ବେଳେ ତାହା ଜଣେ ଠିକାଦାରଙ୍କ ନାମରେ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ସେଭଳି ୩ଟି ୨ଚକିଆ ଗାଡି ମିଳିଥିବା ସୂଚନା ମିଳିଛି । ଶୁକ୍ରବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି । ଚଢ଼ଉରେ ଜଣେ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୯ ଇନ୍ସିପେକ୍ଟର ସାମିଲ୍ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତିର ଆକଳନ କରାଯାଉଥିବାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପାରିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *