ରେରା ଆଇନକୁ ଆପାର୍ଟମେଣ୍ଟ ମାଲିକଙ୍କ ବିରୋଧ

ଓରେରାର ନୂଆ ବିଜ୍ଞପ୍ତି ଉପରେ ରହିତାଦେଶ
କଟକ (ବୁ୍ୟରୋ): ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟିଙ୍କ ନୂଆ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗତ ୨୮ ତାରିଖରେ ରେରା ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଆପାର୍ଟମେଣ୍ଟ ଓନର ଆସୋସିଏସନ ସୋସାଇଟିଜ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ହଠାତ କାହିଁକି ଏବଂ କିପରି ଏହି ବିଜ୍ଞପ୍ତି ଜାରି କରାଗଲା ସେନେଇ ଆବେଦନକାରୀଙ୍କ ଓକିଲ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଓରେରାର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିବା ସହ ଅକ୍ଟୋବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ଖୁବ ଶୀଘ୍ର ନୂଆ “ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ’ ପ୍ରଣୟନ କରିବେ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଆପାର୍ଟମେଣ୍ଟରେ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମଧ୍ୟ ପୂର୍ବ ଶୁଣାଣିରେ ଉପସ୍ଥାପନ କରାଯାଇଥିଲା । ତେବେ ମୁଖ୍ୟ ପଞ୍ଜୀକରଣ ଅଧିକାରୀ ଏହି ଫର୍ମାଟର ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ । କେନ୍ଦ୍ର ସରକାରଙ୍କ ନୂଆ ରେରା ଆଇନ ପ୍ରଣୟନ ପରେ ରାଜ୍ୟ ସରକାର ସେହି ଢାଞ୍ଚାରେ ଆଇନ ଆଣିବାକୁ ତିନି ମାସ ସମୟ ନେଇଥିଲେ ।
ଓରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜିକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜୀକରଣ ଅଧିକାରୀ (ଓଏଜ) ସମସ୍ତ ପଞ୍ଜୀକରଣ ଗତ ମେ’ ୧୨ ତାରିଖରୁ ବନ୍ଦ କରିଥିଲେ । ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବାବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା । ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍‌ ଗଠନ କରିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍‌ କରିହେବ । ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଏପରି ଆସୋସିଏସନ୍‌ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ । ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ । ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍ର ବିକ୍ରି ପରେ ଆପାର୍ଟମେଣ୍ଟ ମାଲିକଙ୍କୁ ଆସୋସିଏସନ୍‌ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆପାର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ୍‌ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍‌ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି । ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *