ଚାଷୀଙ୍କ କ୍ଷତିପୂରଣ ଧାର୍ଯ୍ୟ କରିବ ଭିସା କୋକ୍ ଶିଳ୍ପସଂସ୍ଥା

ଏନ୍ଜିଟି ନିଦେ୍ର୍ଦଶ
ଦାନଗଦି (ଆପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳ କାରଖାନା ଭିସା କୋକ୍ ଲିମିଟେଡ୍ ସଂସ୍ଥାରୁ ନିର୍ଗତ କୋଇଲା ପାଉଁଶରେ ସ୍ଥାନୀୟ ଅଞ୍ଚଳର ଚାଷ ଜମି ପୋତି ହୋଇ କ୍ଷତିଗ୍ରସ୍ତ ହେଉଥିବା ନେଇ ରୁଜୁ ମାମଲାରେ ଜାତୀୟ ଗ୍ରୀନ୍ଟ୍ରିବ୍ୟୁନାଲ(ଏନ୍ଜିଟି) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏ ବାବଦରେ କ୍ଷତିପୂରଣ ଧାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । କ୍ଷତିପୂରଣ ରାଶି ଧାର୍ଯ୍ୟ ହେବାପରେ ଏହାକୁ ଆଦାୟ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଟ୍ରିବୁ୍ୟନାଲ ପ୍ରଦୂଷଣ ବୋର୍ଡକୁ ନିଦେ୍ର୍ଦଶ ଦେଇଛନ୍ତି । କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍ଜିଟିରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ଅଭିଯୋଗ ହୋଇଥଲା ଯେ, ଭିସା କୋକ୍ ଲିମିଟେଡ୍ ପରିବେଶ ମଞ୍ଜୁରୀ ନ ନେଇ କମ୍ପାନୀ ଚଲାଉୁଛି । ଏଥିରୁ ବାହାରୁ ଥିବା ବର୍ଜ୍ୟ ସ୍ଥାନୀୟ ଚାଷ ଜମିରେ ମାଡିବା ଫଳରେ ଜମିରେ ଚାଷ କାର୍ଯ୍ୟ ହୋଇପାରୁନାହିଁ । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ ମଧ୍ୟ ଏ ନେଇ ଭିସା କୋକ୍ ବେଆଇନ କାର୍ଯ୍ୟ କରୁଥିବା ମତ ଦେଇଥିଲା । ଏସବୁକୁ ବି·ରକୁ ନେଇ ଏନ୍ଜିଟିି ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *