ନର୍ସିଂ ଅଫିସର୍-ହାଉସ୍ ସର୍ଜନ ମୁହାଁମୁହିଁ
ଏମ୍କେସିଜି ଅଶାନ୍ତ
ବ୍ରହ୍ମପୁର (ବୁ୍ୟରୋ): ଦକ୍ଷିଣ ଓଡ଼ିଶାର ଲାଇଫ୍ ଲାଇନ୍ କୁହାଯାଉଥିବା ମହରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ଓ ହସ୍ପିଟାଲ (ଏମ୍କେସିଜି)ରେ ଚିକିତ୍ସାକୁ କେନ୍ଦ୍ରକରି ଅଭାବନୀୟ ଘଟଣା ଘଟିଛି । ଗୁରୁବାର ରାତିରୁ କାଜୁଅଲଟିରେ କାର୍ଯ୍ୟରତ ନର୍ସିଂ ଅଫିସ୍ର ଓ ହାଉସ ସର୍ଜନ ଡାକ୍ତରଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ଶୁକ୍ରବାର ଉଗ୍ରରୂପ ନେଇଛି । ଉଭୟପକ୍ଷ ମଧ୍ୟରେ ଉଚ୍ଚବାଚ୍ଚ ହେବା ସହିତ ଅଧୀକ୍ଷକଙ୍କ ଅଫିସ ଆଗରେ ମୁହାଁମୁହିିଁ ହେବାରୁ ପରିସ୍ଥିତି ଅଶାନ୍ତ ହୋଇଛି । ତେବେ ଉଭୟ ଗୋଷ୍ଠୀ ସହିତ ଅଧୀକ୍ଷକ ସୁଶାନ୍ତ କୁମାର ମିଶ୍ର, ଡିନ୍ ଅବନୀକାନ୍ତ ମିଶ୍ର ଓ ପୁଲିସ ଅଧିକାରୀମାନେ ଦୀର୍ଘ ସମୟ ଆଲୋଚନା କରିବା ପରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି ।
ଗତ ରାତିରେ ଜଣେ ମଧୁମେହ ରୋଗୀ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା କରୁଥିବା ହାଉସ ସର୍ଜନ ତାଙ୍କର ସୁଗର ପରୀକ୍ଷା କରିବା ପାଇଁ ନିକଟରେ ଥିବା ନର୍ସଙ୍କୁ କହିଥିଲେ । କିନ୍ତୁ ପରୀକ୍ଷା ବିଳମ୍ବ ହେବାରୁ ଏହାର କାରଣ ହାଉସ ସର୍ଜନ ପଚାରିବାରୁ ନର୍ସ ଶୁଣି ନ ଥିଲେ । ଏହାକୁ ନେି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ନର୍ସଙ୍କ ଏଭଳି ବ୍ୟବହାରକୁ ବିରୋଧକରି କାଜୁଆଲିଟିରେ ଡୁ୍ୟଟି କରୁଥିବା ହାଉସ ସର୍ଜନମାନେ କାର୍ଯ୍ୟ ବନ୍ଦ କରିଥିଲେ । ରାତିରେ ଅଧୀକ୍ଷକ ଓ ଅନ୍ୟମାନେ ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ଶୁକ୍ରବାର ସକାଳେ ନର୍ସିଂ ଅଫିସ୍ର ଓ ହାଉସ ସର୍ଜନଙ୍କୁ ଆଲୋଚନା ପାଇଁ ଅଧୀକ୍ଷକ ତାଙ୍କ ପ୍ରକୋଷ୍ଠକୁ ଡାକିଥିଲେ । ହେଲେ ୪୦୦ରୁ ଊଦ୍ଧ୍ୱର୍ ନର୍ସିଂ ଅଫିସ୍ର ଓ ୨୦୦ରୁ ଊଦ୍ଧ୍ୱର୍ ହାଉସ ସର୍ଜନ କାର୍ଯ୍ୟ ବନ୍ଦ କରି ଅଧୀକ୍ଷକଙ୍କ ଅଫିସ ଆଗରେ ଜମା ହୋଇଥିଲେ । ଭିତରେ ଆଲୋଚନା ଚାଲିଥିବା ସମୟରେ ବାହାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଚାଲିଥିଲା । ଏପରିକି ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଖବରପାଇ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଓ ବୈଦ୍ୟନାଥପୁର ପୁଲିସ୍ ପହଞ୍ଚô ପରିସ୍ଥିତି ଉପରେ ନଜର ରଖିଥିଲେ । ଉଭୟ ଗୋଷ୍ଠୀଙ୍କ ସହ ଦୀର୍ଘ ସମୟ ଆଲୋଚନା ହେବା ପରେ ବୁଝାମଣା ହୋଇଥିଲା । ଆଲୋଚନା ଚାଲିଥିବା ସମୟରେ ନର୍ସିଂ ଅଫିସ୍ର ଓ ହାଉସ ସର୍ଜନମାନେ ଡୁ୍ୟଟି କରି ନ ଥିଲେ । ଫଳରେ ରୋଗୀମାନେ ୬ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଚିକିତ୍ସା ନପାଇ ନାହିଁନଥିବା ଅସୁବିଧାର ଭୋଗିଥିଲେ । ଏହାକୁ ନେଇ ଗୁୁରୁବାର ରାତିରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ବଡ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିରହିଥିଲା ।