ହାଇସିକ୍ୟୋରିଟି ନମ୍ବର ପ୍ଲେଟ୍: ମିଳିଲା ମାସେ ମହଲତ

କଟକ (ବୁ୍ୟରୋ): ହାଇସିକ୍ୟୋରିଟି ନମ୍ବର ପ୍ଲେଟ ଲଗାଇବା ଉପରେ ଗାଡ଼ିଚାଳକଙ୍କୁ ମାସେ ମହଲତ ଦିଆଯାଇଛି । ପୁରୁଣା ନମ୍ବର ପ୍ଲେଟ ଥିଲେ ବି ୧ ତାରିଖରୁ ଜରିମାନା ଗଣିବାକୁ ପଡ଼ିବ ନାହିଁ । ଏ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସମୟ ସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିଜଆଡ଼ୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ଅକ୍ଟୋବର ୩୧ ମଧ୍ୟରେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ ଲଗାଇ ପାରିବେ ଗାଡ଼ିଚାଳକ । ମାସେ ଭିତରେ ଭିତ୍ତିଭୂମି ସଜାଡ଼ିବା ସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ଗ୍ରାମାଞ୍ଚଳରେ ସ୍ୱତନ୍ତ୍ର କ୍ୟାମ୍ପ, ଜନସେବା କେନ୍ଦ୍ର, ପୋଷ୍ଟ ଅଫିସ ଜରିଆରେ ନମ୍ବର ପ୍ଲେଟ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ଼ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରିଛି ତାହାର ତର୍ଜମା କରାଯାଇ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ହାଇକୋର୍ଟ ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଜଲ ସାହୁ ଏବଂ ପରିବହନ ବିଭାଗ ପକ୍ଷରୁ ପ୍ରଭାକର ବେହେରା ମାମଲା ପରିଚାଳନା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *