ବେଳାଭୂମି ସଫା ରଖିବାକୁ ଏନ୍ସିସି କ୍ୟାଡେଟ୍ଙ୍କ ଶପଥ

ପୁରୀ (ବୁ୍ୟରୋ): ଏନ୍ସିସିର ମହାନିଦେ୍ର୍ଦଶକଙ୍କ ଉପସ୍ଥିତିରେ ପୁରୀ ବେଳାଭୂମିରେ ଏନ୍ସିସିର ପୁନିତ୍ ସାଗର ଅଭିଯାନ ଜାତୀୟ କ୍ୟାଡେଟ୍ କୋର (ଏନସିସି) ଦ୍ୱାରା ସମୁଦ୍ର କୂଳ ତଥା ହ୍ରଦ, ନଦୀ, ପୁଷ୍କରିଣୀ ଓ ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରିବାର ଏକ ଅଭିନବ ପ୍ରୟାସ । ଆଜି ପ୍ରତୁ୍ୟଷରୁ ଜିଲ୍ଲା ପ୍ରଶାସନ ଓ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ୍ର ମିଳିତ ଆନୁକୂଲ୍ୟରେ ଏହି ସଫେଇ କାର୍ଯକ୍ରମ ଦିଗବାରେଣୀ ଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୫୦ ଏନ୍ସିସି କ୍ୟାଡେଟ୍, ୫୦ ଏନ୍ସିସି ଆଲୁମିନି, ପୂର୍ବତନ ସେନାବାହିନୀ ଏବଂ ତଟରକ୍ଷୀ ବାହିନୀ ସମେତ ସେନା, ନୌସେନା, ବାୟୁସେନାର ୧୦୦ ଜଣ, ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକାର ଅଧିକାରୀ, ସମୁଦ୍ରକୂଳ ବିକ୍ରେତା ଏବଂ ପର୍ଯ୍ୟଟକମାନେ ଏକତ୍ରିତ ହୋଇଥିଲେ । ସମୁଦାୟ ୭୫୬ କିଲୋଗ୍ରାମ ପ୍ଲାଷ୍ଟିକ୍ ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ପୁରୀ ପୌରପାଳିକାର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା ।
ବର୍ଷ ବର୍ଷ ଧରି ସମୁଦ୍ରକୂଳକୁ ପରିଷ୍କାର ରଖିବାରେ ଉତ୍ସର୍ଗୀକୃତ ହୋଇଥିବାରୁ ଏନସିସି ଡିଜି ପୁରୀ ମୁ୍ୟନିସିପାଲିଟିକୁ ପୁରସ୍କୃତ କରିଥିଲେ । ସମୁଦ୍ର କୂଳକୁ ସଫା ରଖିବାର ମହତ୍ତ୍ୱ ଦର୍ଶାଇବା ପାଇଁ ପୁରୀ ସାଗର ବେଳାଭୂମିରେ ଜଣାଶୁଣା ବାଲୁକା କଳାକାର ମାନସ କୁମାର ସାହୁଙ୍କ ଦ୍ୱାରା ଏକ ବାଲୁକା କଳା ସୃଷ୍ଟି କରାଯାଇଥିଲା । ଉତ୍ସବରେ ଏନ୍ସିସିର ମହାନିଦେ୍ର୍ଦଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀରପାଲ ସିଂ, ଏଭିଏସ୍ଏମ୍, ଭିଏସ୍ଏମ୍, ଓଡ଼ିଶା ଏନସିସି ନିଦେ୍ର୍ଦଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ କମୋଡୋର ସୋମନ ବାନାର୍ଜୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ବାଟାଲିୟନ ଏନ୍ସିସିର କମାଣ୍ଡିଂ ଅଫିସର୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସୁନ କୁମାର ପଣ୍ଡା ସଂଯୋଜନା କରିଥିଲେ ଏବଂ କ୍ୟାପଟେନ୍ ଡକ୍ଟର ଶୁଭେନ୍ଦୁ ମିଶ୍ର ଏବଂ ସୁବେଦାର ମେଜର ରୋହତଶ ସକ୍ରିୟ ଭାବରେ ସହଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *