ରାଜ୍ୟ ସରକାରଙ୍କୁ ନଡ୍ଡାଙ୍କ ଟାର୍ଗେଟ୍
ଭୁବନେଶ୍ୱର, ୨୯ା୯ (ବୁ୍ୟରୋ): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ୱରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ବଳ କଷାକଷି ହୋଇଛନ୍ତି । ଏହି ସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା ପ୍ରଥମ ଥର ଓଡ଼ିଶା ଗସ୍ତ କରି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟର ଏକାଧିକ ସମସ୍ୟାକୁ ନେଇ ସେ ସରକାରଙ୍କୁ କଟାକ୍ଷ କରିଥିବାବେଳେ ଏଠି ଡୁପ୍ଲିକେଟ୍ ସରକାର ଚାଲିଛି ଓ ଏହାକୁ ବିଦା କରାଯିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି । ଦଳର ୮ହଜାର ଶକ୍ତିକେନ୍ଦ୍ରର ମୁଖ୍ୟ, ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସମ୍ବୋଧିତ କରି ମୋଦି ସରକାରର ସଫଳତା ଓ ଓଡ଼ିଶା ପ୍ରତି ଅବଦାନକୁ ଘରେ ଘରେ ପହଞ୍ଚଇବାକୁ ପରାମର୍ଶ ଦେଇଛନ୍ତି । ଏହାସହ ପଞ୍ଚୟତ ଓ ପୌର ନିର୍ବାଚନରେ ବିଫଳ ହୋଇଥିବା ବିଜେପି କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୟାସ କରିଛନ୍ତି । ଶ୍ରୀ ନ‡ା ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇନାହାନ୍ତି କିମ୍ବା ତାଙ୍କୁ ସିଧାସଳଖ ସମାଲୋଚନା କରିନଥିବା ଦେଖିବାକୁ ମିଳିଛି । ଗୁରୁବାର ଜନତା ମଇଦାନରେ ଆୟୋଜିତ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ “ଜୟ ଜଗନ୍ନାଥ’ କହି ନିଜର ଭାଷଣ ଆରମ୍ଭ କରି ଶ୍ରୀ ନ‡ା କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏଠି ସୁରକ୍ଷିତ ନାହିଁ । ଏଠି ସରକାର ତ ଡୁପ୍ଲିକେଟ୍, ଆଉ ·ବି ଡୁପ୍ଲିକେଟ୍ ହେବନି ତ କ’ଣ ହେବ । ଏଠି ସରକାର ଆକଣ୍ଠ ଦୁର୍ନୀତିରେ ବୁଡ଼ି ରହିଛି । ନେତାଙ୍କ ବିନା ସହଯୋଗରେ ଦୁର୍ନୀତି ତ ହେବନି । ମନରେଗା ଅର୍ଥ ବାଟମାରଣା ହେଉଛି । ଏ ସରକାର ଥପ୍ପା ମାରିବାର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘରର ଥପ୍ପା ମାରି ପ୍ରଚାର କରୁଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ୩ଜଣ ମନ୍ତ୍ରୀ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯଦି ଘଟଣା ସତ ତେବେ ଏଠି ଶାସନ ନୁହେଁ କୁଶାସନ ଚାଲିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି । ସେହିପରି ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉନଥିବାରୁ ୬୦ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି । ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନଥିବାବେଳେ ଶବକୁ ସାଇକେଲରେ ବୁହା ଯାଉଛି । ମହିଳା ରାସ୍ତା କଡ଼ରେ ପ୍ରସବ କରୁଛନ୍ତି । ଏହା ହିଁ କୁଶାସନର ଫଳ । ତେଣୁ ଏଭଳି ସରକାରକୁ ଫିଙ୍ଗି ଦେଇ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଆଣିବାକୁ ଶ୍ରୀ ନ‡ା ଆହ୍ୱାନ କରିଛନ୍ତି । ଏମିତି ସରକାର ରହିବା କ’ଣ ଦରକାର । ଡବଲ୍ ଇଞ୍ଜିନ୍ ରହିଲେ ଡବଲ ବିକାଶ ହେବ ବୋଲି ସେ କହିଛନ୍ତି । ଓଡ଼ିଶାର ଅସ୍ମିତା କଥା କିଏ ଚିନ୍ତା କରୁଛି । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା ହେଲା । ମୋଦି ସରକାର ଆଇଆଇଏମ୍ ଦେଲେ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ଓଡ଼ିଶା ପାଇଁ ଗର୍ବର ବିଷୟ । ଓଡ଼ିଶାକୁ ୧୫ ପଦ୍ମ ପୁରସ୍କାର ମିଳିଛି । ଓଡ଼ିଶାରେ ବିକାଶର ନୂଆ ଅଧ୍ୟାୟ ଲେଖା ହେଉଛି । ୩୦୦କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ, ଓଡ଼ିଶାରେ ୮୭ ଏକଲବ୍ୟ ସ୍କୁଲ ସ୍ଥାପନ, ୨୨୦କୋଟି ଟଙ୍କାର ମହାନଦୀ ବେସିନ ପ୍ରକଳ୍ପ, ଓଡ଼ିଶାର ୧୪ଲକ୍ଷ ୫୦ହଜାର ଘରକୁ ବିଦୁ୍ୟତ ସଂଯୋଗ, ୪.୪୦ଲକ୍ଷ ଯୁବକଙ୍କୁ ଋଣ ସହାୟତା, ସାଢ଼େ ୪ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ସହାୟତା, ଜଳଜୀବନ ମିଶନରେ ୪୩ଲକ୍ଷ ହିତାଧିକାରୀଙ୍କୁ ୩୩୨୩ କୋଟି ଟଙ୍କା ପ୍ରଦାନ, ୧୩୦୦କିମି ଜାତୀୟ ରାଜପଥର ଉନ୍ନତିକରଣ, ୧୨୧୪କିମି ନୂଆ ରାଜପଥ ନିର୍ମାଣ ଭଳି କାର୍ଯ୍ୟ ଓଡ଼ିଶାରେ ମୋଦି ସରକାରଙ୍କ ନେତୃତ୍ୱରେ ସମ୍ଭବପର ହୋଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି । ସେହିପରି କଂଗ୍ରେସରେ ଆଉ ଜାତୀୟତା ନାହିଁ । ଏହା ଭାଇଭଉଣୀ ଓ ପରିବାର ପାର୍ଟି ହୋଇଛି । ପରିବାରବାଦର ରାଜନୀତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅଛି । ଓଡ଼ିଶାରେ ବିଜୁ ବାବୁଙ୍କ ନାଁରେ ପାର୍ଟି ରହିଛି । ବିଜେପିକୁ ଛାଡ଼ି ଦେଲେ ଅନ୍ୟ ସବୁ ପରିବାର ପାର୍ଟି । ବିଜେପି ହେଉଛି ବିଚାରଧାରାର ପାର୍ଟି ବୋଲି ସେ କହିଛନ୍ତି । ଏହାସହ ମୋଦି ସରକାରଙ୍କ ବାର୍ତ୍ତାକୁ ନେଇ ପ୍ରତ୍ୟେକ ବୁଥରେ ପହଞ୍ଚଇବାକୁ ସେ ଆହ୍ୱାନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନଧରି ସାମଲେଚନା କରିଛନ୍ତି । ମହିଳା ସଶକ୍ତିକରଣର ଡିଣ୍ଡିମ ରାଜ୍ୟ ସରକାର ପିଟୁଥିବାବେଳେ ଗତ ଦୁଇବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମିଛି । ମୁଣ୍ଡପିଛା ଆୟ ସର୍ବାଧିକ ଦର୍ଶାଉଛନ୍ତି, ଏପଟେ ରାଜ୍ୟର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ଆତ୍ମପ୍ର·ରରେ ବ୍ୟସ୍ତ । ନିଜର ସ୍ୱାର୍ଥ ପାଇଁ ଜନକଲ୍ୟାଣକୁ ଭୁଲି ଯାଇଛନ୍ତି । ରାଜ୍ୟ ସରକାର ଧ୍ରୁତରାଷ୍ଟ୍ର ସାଜିଛନ୍ତି । ଦୁର୍ଯେ୍ୟାଧନର ମାନସିକତା ରଖିଛନ୍ତି । ଓଡ଼ିଶାରେ ୩୬ହଜାର ବୁଥ୍କୁ ମଜଭୁତ କରିବା ପାଇଁ ସେ ସମସ୍ତଙ୍କୁ ଦୃଢ଼ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି । ଏବେ ପରୀକ୍ଷା ଦେବା ୨୦୨୪ରେ ଉତ୍ତର ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶକ୍ତିକେନ୍ଦ୍ର ମୁଖ୍ୟ ଓ ପ୍ରଭାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ରାଜ୍ୟରେ ବିଜେପି ଏବେ ମୁଖ୍ୟ ବିରୋଧୀ ଦଳ । ଖୁବକମ୍ ସମୟରେ ବିଜେପି ରାଜ୍ୟରେ ଏକ ନମ୍ବର ଦଳ ହେବ । ବିଜେପି ପରିବାର ପାଇଁ ନୁହେଁ ବରଂ ଦେଶ ପାଇଁ କାମ କରେ । ବିଜେପି ଗ୍ରାଉଣ୍ଡ ଫ୍ଲୋରରେ ରହି କାର୍ଯ୍ୟ କରେ । କେଉଁ ସେକେଣ୍ଡ କି ଥାର୍ଡ ଫ୍ଲୋରରେ ନୁହେଁ ବୋଲି ଶ୍ରୀ ପଣ୍ଡା କହିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଏଠିକା ମୁଖ୍ୟମନ୍ତ୍ରୀ ସାଧକ ନୁହଁନ୍ତି ବାଧକ । ଶକ୍ତି କେନ୍ଦ୍ରଗୁଡ଼ିକ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏମାନଙ୍କ ବ୍ୟତୀତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଗୁରୁବାର ପ୍ରଥମ ଦିନରେ ବିଜେପିର ପ୍ରାୟ ୨୬ହଜାର କର୍ମୀ ଓ ନେତା ଯୋଗ ଦେଇଥିଲେ । ଆସନ୍ତାକାଲି ସଂଯୁକ୍ତ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସହ ସହ ଶ୍ରୀ ନଡ୍ଡା ଆଲୋଚନା କରିବେ । ଜନତା ମଇଦାନରେ ସଭା କାର୍ଯ୍ୟ ସାରି ଶ୍ରୀ ନଡ୍ଡା ଦଳିୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଥିଲେ । ପରେ ସେ ପୁରୀ ଅଭିମୁଖ୍ୟେ ଯାତ୍ରା କରିଛନ୍ତି । ଆସନ୍ତାକାଲି ସକାଳେ ସେ ମହାପ୍ରଭୁଙ୍କ ଦର୍ଶନ କରିବେ ଓ ସେଠୁ ଭଦ୍ରକ ଧାନନଗର ଗସ୍ତ କରିବେ । ସୂଚନାଯୋଗ୍ୟ, ଶ୍ରୀ ନ‡ାଙ୍କୁ ଦଳ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦର ଓ ଦଳୀୟ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।