ଅବିବାହିତାଙ୍କୁ ବି ଗର୍ଭପାତ ଅଧିକାର
ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସରେ ସୁପ୍ରିମ୍ ଫୈସଲା
ନୂଆଦିଲ୍ଲୀ, ୨୯ା୯: ସୁପ୍ରିମକୋର୍ଟ ଗୁରୁବାର ମହିଳାଙ୍କ ଗର୍ଭପାତ ଅଧିକାର ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିସହ ଦୀର୍ଘଦିନ ଧରି ଏହି ପ୍ରସଙ୍ଗ ଉପରେ ଦୀର୍ଘଦିନ ଧରି ଚାଲିଥିବା ତର୍କ ବିତର୍କରେ ମଧ୍ୟ ଯବନିକା ପଡ଼ିଛି । ସବୁଠୁ ବଡ଼କଥା ହେଉଛି ପ୍ରତ୍ୟେକ ବର୍ଷ ୨୮ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ଭାବେ ବିଶ୍ୱସ୍ତରରେ ପାଳନ କରାଯାଉଥିବା ବେଳେ ଭାରତରେ ଏହି ପ୍ରସଙ୍ଗ ଉପରେ ଏକ ଐତିହାସିକ ରାୟ ଆସିିଛି ।
ଗର୍ଭପାତଜନିତ ଏକାଧିକ ମାମଲାର ଏକ୍ରତ ଶୁଣାଣି ପୂର୍ବକ ସୁପ୍ରିମକୋର୍ଟ ଦେଶର ପ୍ରତ୍ୟେକ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଛନ୍ତି । ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ଏଣିକି ପ୍ରତ୍ୟେକ ମହିଳା ନିଜ ଇଚ୍ଛାନୁସାରେ ଗର୍ଭପାତ କରାଇପାରିବେ । ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍ନ୍ନ୍ସେି ଆକ୍ଟ ଅନୁସାରେ ପ୍ରତ୍ୟେକ ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବାର ଅଧିକାର ଦେଇଛନ୍ତି ସୁୂପ୍ରିମକୋର୍ଟ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏଏସ୍ ବୋପନ୍ନା ଏବଂ ଜଷ୍ଟିସ୍ ଜେପି ପାରଦିୱାଲାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ଖଣ୍ଡପୀଠଙ୍କ କହିବାନୁସାରେ ସାଧାରଣତଃ ଲୋକମାନଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ରହିଆସିଛି ଯେ, କେବଳ ବିବାହିତ ମହିଳାମାନେ ହିଁ ଯୌନସମ୍ପର୍କ ସ୍ଥାପନ କରିଥାନ୍ତି । କିନ୍ତୁ ଏହା ଠିକ୍ ନୁହେଁ, ଅନେକ ଅବିବାହିତ ମହିଳା ମଧ୍ୟ ଶାରୀରିକ ସମ୍ପର୍କ କ୍ଷେତ୍ରରେ ସକ୍ରିୟ ରହିଛନ୍ତି । ସୁତରାଂ ଗର୍ଭପାତ କରିବାର ଅଧିକାର କ୍ଷେତ୍ରରେ ମହିଳାଜଣକ ବିବାହିତ କିମ୍ବା ଅବିବାହିତ ସେଥିରେ କୌଣସି ଫରକ୍ ପଡ଼ିନଥାଏ । ଉଭୟ ବିବାହିତ ତଥା ଅବିବାହିତଙ୍କୁ ଏହି ଅଧିକାର ମିଳିବା ଉଚିତ୍ । ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଅନୁସାରେ ମାରିଟାଲ୍ ରେପ୍ ପ୍ରକ୍ରିୟାକୁୂ ମଧ୍ୟ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନ୍ନ୍ସେି ଆକ୍ଟ ଅନ୍ତର୍ଗତ ରଖାଯିବା ଉଚିତ୍ । ଯଦି ସ୍ୱାମୀଙ୍କ ପକ୍ଷରୁ ବଳପୂର୍ବକ ଯୌନସମ୍ପର୍କ ସ୍ଥାପନ ଦ୍ୱାରା ପତ୍ନୀ ଗର୍ଭବତୀ (ଅବା‚ିତ ଗର୍ଭଧାରଣ) ହେଉଛନ୍ତି, ତେବେ ମହିଳାଙ୍କୁ ସୁରକ୍ଷିତ ତଥା ଆଇନ୍ଗତ ଗର୍ଭପାତ କରାଇବାର ଅଧିକାର ରହିବା ଉଚିତ୍ । ସୁତରାଂ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି । ୨୩ ଅଗଷ୍ଟରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି ଶେଷ କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ । ସେତେବେଳେ ଖଣ୍ଡପୀଠ କହିଥିଲେ ଯେ, ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍ନେନ୍ସି ଆକ୍ଟ ଧାରା ୩(୨)(ବି), ଯେକୌଣସି ମହିଳାଙ୍କୁ ୨ଠ-୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ କରାଇବାକୁ ଅନୁମତି ପ୍ରଦାନ କରୁଛି । ଏଥିପାଇଁ କେବଳ ବିବାହିତ ମହିଳାଙ୍କୁ ଅନୁମତି ଦିଆଯିବା ଏବଂ ଅବିିବାହିତଙ୍କୁ ଗର୍ଭପାତ ଅଧିକାର ଦିଆନଯିବା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି । ଏତଦ୍ବ୍ୟତୀତ ଦିଲ୍ଲୀ ଏମ୍ସକୁ ମଧ୍ୟ ଏକ ମେଡିକାଲ୍ ବୋର୍ଡ ଗଠନ କରିବାକୁ ଏବଂ ବୋର୍ଡର ନୀରିକ୍ଷଣରେ ଏପ୍ରକାର ମାମଲାରେ ଗର୍ଭପାତ କରାଇବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ପରେ ଏହି ବୋର୍ଡ ମଧ୍ୟ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ ପୂର୍ବକ ଆଶ୍ୱସ୍ତ କରିଥିଲେ ଯେ, ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ ସମ୍ଭବ ଏବଂ ଏଥିରେ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ । ଏସବୁକୁୂ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୯ରେ ସୁପ୍ରିମକୋର୍ଟ ଉପରୋକ୍ତ ମତ ମନ୍ତବ୍ୟ ସହ ନିଜ ରାୟ ଶୁଣାଇଛନ୍ତି ।
ପ୍ରକାଶ, ୨୫ବର୍ଷୀୟା ଜଣେ ଅବିବାହିତା ମହିଳା ନିଜର ୨୪ ସପ୍ତାହରୁ ଅଧିକ ସମୟର ଗର୍ଭକୁ ନଷ୍ଟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ । ଏହାପୂର୍ବରୁ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଉକ୍ତ ଅବିବାହିତ ମହିଳାଜଣକ ହାଇକୋର୍ଟଙ୍କୁ ସେତେବେଳେ କହିଥିଲେ ଯେ, ସେ ନିଜ ପୁରୁଷ ବନ୍ଧୁଙ୍କ ସହ ସହମତିଭିତ୍ତିକ ଯୌନସମ୍ପର୍କ ରଖିଥିଲେ ଏବଂ ଗର୍ଭବତୀ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପୁରୁଷ ବନ୍ଧୁଜଣକ ତାଙ୍କୁ ବିବାହ ପାଇଁ ମନା କରିଦେଇଥିବା ବେଳେ ସେ ଏବେବି ଅବିବାହିତ ରହିଛନ୍ତି । ଏତଦ୍ବ୍ୟତୀତ ସେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ଦର୍ଶାଇ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁନଥିବା ଦର୍ଶାଇଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡ଼ିନଥିଲା । ପରେ ଏହି ଅବିବାହିତ ମହିଳାଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।