ଜିଲ୍ଲାଦେଇ ଯିବ ୫୮ କିମି ଗ୍ୟାସ୍ ପାଇପ୍ ଲାଇନ
ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ମଧ୍ୟ ଦେଇ ୫୮ କିଲୋମିଟର ଗ୍ୟାସ ପାଇପ ଲାଇନ ଦ୍ୱାରା ରାସାୟନିକ ଗ୍ୟାସ ଏବଂ ପେଟ୍ରୋଲିୟମ ପଦାର୍ଥ ପରିବହନ କରାଯିବାକୁ ଥିବା ବେଳେ ସଜାଗ ରହିବା ପାଇଁ ଜିଲ୍ଲାପାଳ ସତର୍କ କରାଇଛନ୍ତି ।
ଜିଲ୍ଲାପାଳ ସରୋଜ କୁମାର ସେଠୀ ବୈଠକରେ ଅଧ୍ୟକ୍ଷତାକରିବା ସହିତ ରାସାୟନିକ ଗ୍ୟାସ ଓ ପେଟ୍ରୋଲିୟମ ପଦାର୍ଥର ପରିବହନ ସମୟରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସର୍ବାଧିକ ଯତ୍ନବାନ ହେବାକୁ ଜିଲ୍ଳାରେ ଥିବା ସମସ୍ତ ଶିଳ୍ପପତି ମାନଙ୍କୁ ପରମର୍ଶ ଦେଇଛନ୍ତି । ଏହି ରାସାୟନିକ ପଦାର୍ଥ ପରିବହନ ସମ୍ପର୍କରେ ପୁଲିସ ପ୍ରଶାସନକୁ ପୂର୍ବରୁ ଅବଗତ କରିବାକୁ କହିଥିବା ବେଳେ ପାଇପ ଲାଇନ୍ ଦ୍ୱାରା ତରଳ ଇନ୍ଧନ ଯୋଗାଣ ସମୟରେ ଶିଳ୍ପାନୁଷ୍ଠାନ ଗୁଡିକରେ କୌଣସି ଅଘଟଣ ଘଟିଲେ ସଂପୃକ୍ତ ଅଞ୍ଚଳବାସୀ ଯେପରି ବିଶେଷ କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ସେ କର୍ମଚାରୀମାନଙ୍କୁ କହିଛନ୍ତି । ଦୁର୍ଘଟଣାରେ ଯେପରି କୋ÷ଣସି ଜୀବନହାନୀ ନଘଟେ ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ଶିଳ୍ପପତି ମାନଙ୍କୁ କହିଥିଲେ । ମାଟି, ପାଣି, ପବନ, ପ୍ରଦୂଷଣ ରୋକିବାକୁ ନିମନ୍ତେ ବିହିତ ଯୋଗାଯୋଗ ପାଇଁ ଆପାତକାଳୀନ ବିଭାଗ ପକ୍ଷରୁ ଏକ ଟିମ ପ୍ରସ୍ତୁତ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ସୂତ୍ରୀଭିତ୍ତିରେ ନିରାପ । ପ୍ରତି ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ରାସାୟନିକ ଗ୍ୟାସ ଏବଂ ପେଟ୍ରୋଲିୟମ ପଦାର୍ଥର ପରିବହନ ସମୟରେ କଭଳି ସତର୍କତା ଅବଲମ୍ବନ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଟାଟା ଷ୍ଟିଲ ବିଏସଏଲର, ନବ ଭାରତ, ଜିଏମଆର, କମଳାଙ୍ଗ ଏନର୍ଜି ଲିମିଟେଡ, ଇଣ୍ଡିଆନ ଅଏଲ କରପୋରେସନ ଲିମିଟେଡର କର୍ମକର୍ତ୍ତାମାନେ ସେମାନଙ୍କ ଶିଳ୍ପାନିଷ୍ଠାନ ମଧ୍ୟରେ ଏବଂ ସଲଗ୍ନ ଜନବସତି ତଥା ଗ୍ରାମାଞ୍ଚଳରେ ସୁରକ୍ଷା ନିମନ୍ତେ କରାଯାଇଥିବା ସମସ୍ତ ପ୍ରତିକାର ବ୍ୟବସ୍ଥା, ଯୋଜନା ଏବଂ ମକ୍ଡି୍ରଲ ଆୟୋଜନ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମଧ୍ୟଦେଇ ୫୮ କିଲୋମିଟର ପାଇପ ଲାଇନ ଦ୍ୱାରା ବିଭିନ୍ନ ତରଳ ଇନ୍ଧନ ପରିବହନ ସମ୍ପର୍କରେ ଓଆଇସିଏଲର ପ୍ରତିନିଧି ଅବଗତ କରାଇଥିଲେ । ବଏଲର୍ସର ସହକାରୀ ନିଦେ୍ର୍ଦଶକ ପୁଷ୍ପମିତ୍ରା ଜେନା ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଫ୍ୟାକଟ୍ରି ଆଣ୍ଡ ବଏଲର୍ସ ଏବଂ ଜିଲ୍ଳା ଆପାତକାଳୀନ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଓସଡମାର ଡିଆର÷ାଇ କଲନସଟା ସଙ୍ଗିତା ଦାଶ, ବିଭଗାୀୟ ଅଧିକାରୀମାନେ ଯୋଗଦେଇଥିଲେ ।
