ଶିକୁଳିରେ ବନ୍ଧା ବାବାଜୀଙ୍କ ଜୀବନ

ଦାନଗଦି (ଅପ୍ରା): ଗରିବଙ୍କ ପାଇଁ ଯାବତୀୟ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । କିନ୍ତୁ ଏବେ ବି ବହୁ ଯୋଜନା ଗରୀବଙ୍କ ଠାରୁ ବହୁ ଦୂରରେ । ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅର୍ଥାଭାବରୁ ଜଣେ ମାନସିକ ଦୁର୍ବଳ ଭେଣ୍ଡିଆ ପୁଅକୁ ପରିବାର ଲୋକେ ଲୁହା ଶିକୁଳି ପକାଇ ରଖିଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗ ନଗର ଅଞ୍ଚଳରେ । କାଳେ କୁଆଡେ ପଳାଇବ ସେଇ ଭୟରେ ପରିବାର ଲୋକେ ଯୁବକ ବାବାଜୀ ବେହେରା (୨୪) ଗୋଡ଼ରେ ଶିକୁଳି ପକାଇଛନ୍ତି ।
ବାବାଜୀ କଳିଙ୍ଗ ନଗର ଶିଳ୍ପାଞ୍ଚଳର ସାରଙ୍ଗପୁର ଗାଁ ଟିମା ବେହେରାଙ୍କ ପୁଅ । ଛୋଟ ବେଳେ ମାନସିକ ଦୁର୍ବଳର କୌଣସି ବି ଲକ୍ଷଣ ନ ଥିଲା । ଅନ୍ୟମାନଙ୍କ ପରି ଖାଇ ପିଇ ପାଠପଢିବାକୁ ଯାଉଥିଲା । କିନ୍ତୁ ଯେତେବେଳେ ତାକୁ ୧୫ ବର୍ଷ, ସେତେବେଳେ ହଠାତ୍ ମାନସିକସ୍ତରରେ ଦୁର୍ବଳ ହେବାକୁ ଲାଗିଲା । ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିବା କାରଣରୁ ପରୀକ୍ଷା ଦେଇପାରିଲେ ନାହିଁ । ପରିବାର ଲୋକେ ବିଭିନ୍ନ ଚିକିତ୍ସାଳୟରେ ବାବାଜୀକୁ ନେଇ ପରୀକ୍ଷାନୀରିକ୍ଷା କରାଇଲେ । କିନ୍ତୁ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରାଇ ପାରିଲେ ନାହିଁ । ଫଳରେ ବାବାଜୀର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା । ମାନସିକ ଦୁର୍ବଳ କାରଣରୁ ମନଇଛା ଗପିବା ସହ ଯୁଆଡ଼େ ପାରେ ସିଆଡ଼େ ପଳାଇଗଲା । ପରିବାର ଲୋକେ ତାକୁ ଆକଟ କରିବା ସହଜ ହେଲାନି । ବାପା ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ଚିକିତ୍ସା କରାଇପାରିଲେନି । ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ଅଛନ୍ତି ବାବାଜୀ । ଯଉଁ ବୟସରେ ସେ ବାପା ମା ଙ୍କ ସେବା କରିବା କଥା ଏବେ ବୁଢ଼ୀ ମା ତାଙ୍କ ଶେବା କରୁଛନ୍ତି । ପ୍ରଶାସନ ମଧ୍ୟ ବାବାଜୀର ଚିକିତ୍ସା ନିମନ୍ତେ ସହଯୋଗର ହାତ ବଢାଇକୁ ପରିବାର ଲୋକ ନିବେଦନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *