ପିଏଫ୍ଆଇ ଉପରେ ପୁଣି ଏନ୍ଆଇଏ ଚଢ଼ଉ

ନୂଆଦିଲ୍ଲୀ (ଏଜେନ୍ସି): ଟେରର ଫଣ୍ଡିଂ ଅଭିଯୋଗ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି (ଏନ୍ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟାକୁୂ ଜୋରଦାର କରିଛି । ପୁଲିସ୍ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣିଥରେ ଦେଶବ୍ୟାପୀ ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ଏକାଧିକ ଠିକଣା ଉପରେ ଚଢ଼ଉ କରିବା ସହ ସଂଗଠନର ଅନେକ ସଦସ୍ୟଙ୍କୁ ଗିରଫ କରିଛି । ଏତଦ୍ବ୍ୟତୀତ ଚଢ଼ଉ କାଳରେ ସଂଗଠନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍କୁ ମଧ୍ୟ ଏନ୍ଆଇଏ ଜବତ କରିଛି ।
ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଆଦି ୮ ରାଜ୍ୟର ପିଏଫ୍ଆଇର ଅନେକ ଆଡ୍ଡା ଉପରେ ଏନ୍ଆଇଏ ଅଧିକାରୀ ଚଢ଼ଉ କରିଥିବା ବେଳେ ସଂଗଠନର ୨୪୭ ସଦସ୍ୟଙ୍କୁ ଅଟକ କରାଯାଇଛି । ତେବେ ଗତ ୩ ଦିନ ମଧ୍ୟରେ ଏନ୍ଆଇଏର ଏହା ଦ୍ୱିତୀୟ ରାଉଣ୍ଡ ଚଢ଼ଉ । ଏହାପୂର୍ବରୁ ସେପ୍ଟେମ୍ବର ୨୨/୨୩ରେ ଏନ୍ଆଇଏ, ଇଡି ଏବଂ ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପିଏଫ୍ଆଇ ସହ ଜଡିତ ୧ଠ୬ଜଣଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରୁ ୮ଠରୁ ଅଧିକ ପିଏଫ୍ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ଶାହିନ୍ବାଗ୍ ଅଞ୍ଚଳରୁ କେବଳ ୩ଠଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ମୋବାଇଲ ଏବଂ କିଛି ଦସ୍ତାବିଜ୍ ଜବତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *