ହିତାଧିକାରୀଙ୍କ ଜମାଖାତାକୁ ଅର୍ଥରାଶି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପୁ୍ୟଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ଅନ୍ ଲାଇନ୍ ଜରିଆରେ ଅର୍ଥପ୍ରେରଣ ବ୍ୟବସ୍ଥା କାର୍ଯ୍ୟକ୍ରମର ଶୁଭାରମ୍ଭ ଆରମ୍ଭ ହୋଇଛି । ବ୍ୟବସ୍ଥାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି । ଫଳରେ ଏଣିକି କଳାକାରଙ୍କୁ ସେମାନଙ୍କ ଭତ୍ତା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ବ୍ୟବସ୍ଥାରେ ସ୍ୱଛତା ବଜାୟ ରହିବା ସହ ହିତାଧିକାରୀଙ୍କୁ ଠିକ୍ ସମୟରେ ସେମାନଙ୍କର ଭତ୍ତା ପ୍ରଦାନର ବ୍ୟବସ୍ଥା ହୋଇଛି । ନୂଆ ନୂଆ ବୈଷୟିକ ଜ୍ଞାନକୌଶଳକୁ ଆପଣେଇ ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ତ୍ୱରିତ ସେବା ପ୍ରଦାନ କରିବାର ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।
ଅନଲାଇନ୍ ବ୍ୟବସ୍ଥା ଜରିଆରେ ହିତାଧିକାରୀଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ପ୍ରେରଣ ବ୍ୟବସ୍ଥା କଳାକାରଙ୍କ ମନରେ ଖୁସି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହାଇଛି ବାଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଏବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଭତ୍ତା ପାଉଥିବା ୩୫ ହଜାର କଳାକାରଙ୍କ ମଧ୍ୟରୁ ପ୍ରାୟ ୨୨ହଜାର କଳାକାରଙ୍କର ତଥ୍ୟ ସଂଗୃହିତ ହୋଇଛି । ଯଦ୍ୱାରା କି ସେପ୍ଟେମ୍ବର ମାସର ଦେୟ ସେମାନଙ୍କୁ ଅନ୍ଲାଇନ୍ ଯୋଗେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅର୍ଥ ପ୍ରଦାନର ବ୍ୟବସ୍ଥା ହୋଇଛି ଓ ଏହି ପ୍ରକ୍ରିୟା ଜାରି ରହିବ । ଅବଶିଷ୍ଟ ୧୬ହଜାର ହିତାଧିକାରୀଙ୍କୁ ଶୀଘ୍ର ଚୟନ କରାଯାଇ ଏହି ଯୋଜନାରେ ସାମିଲ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଆଗାମୀ ନୂଆବର୍ଷ ପୂର୍ବରୁ ପୂରଣ କରାଯିବ ବୋଲି ବିଭାଗର ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ କହିଥିଲେ ।