ହାଇସିକ୍ୟୋରିଟି ନମ୍ବର ପ୍ଲେଟ୍ ନିୟମ କୋହଳ

ଭୁବନେଶ୍ୱର, ୨୬ା୯ (ବୁ୍ୟରୋ): ହାଇସିକ୍ୟୋରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ ଆସିଛି । ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ପ୍ରକାଶିତ ନିଦେ୍ର୍ଦଶନାମା ଅନୁସାରେ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଗାଡ଼ି ଚାଳକ ଫାଇନ ଦେବାରୁ ବର୍ତ୍ତିବେ । ଚାଳକ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇବେ । ୧, ୨, ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି ପାଇଛି । ସେହିପରି ୫ ଓ ୬ ଶେଷ ନମ୍ବର ଥିବା ଗାଡ଼ି ପାଇଁ ଅକ୍ଟୋବର ୩୧ ତାରିଖକୁ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ ତାରିଖକୁ, ୯ ଓ ଶୂନ ପାଇଁ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍ ରହିଛି ।
ହାଇସିକ୍ୟୋରିଟି ନମ୍ବର ପ୍ଲେଟ କରିବା ନେଇ ଅନେକ ଲୋକ ସମସ୍ୟାରେ ରହିଛନ୍ତି । ବହୁ ଲୋକ ଆବେଦନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ପାଉ ନ ଥିବା ବେଳେ ଅନେକ ସ୍ଲଟ ବୁକିଂ କରିବାରେ ସମସ୍ୟା ଭୋଗୁଛନ୍ତି ।
ଅନ୍ୟପଟେ ଏଭଳି ନମ୍ବର ପ୍ଲେଟ୍ କରିବାର କିଛି ଆବଶ୍ୟକତା ନାହିଁ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି । ଗାଡ଼ି କିଣିବା ବେଳେ ଏଭଳି ନମ୍ବର ପ୍ଲେଟ୍ ନ ଦେଇ ଏବେ ସେମାନଙ୍କୁ ଖର୍ଚ୍ଚାନ୍ତ କରି ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ହାଇସିକୁ୍ୟରିଟି ନମ୍ବର ପ୍ଲେଟ ବୁକିଂ କରିବା ଓ ଏହାକୁ ପାଇବାରେ ହଇରାଣ ହରକତ ହେବାକୁ ପଡ଼ୁଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତି ବରୋଧରେ ଜନ ଅସନ୍ତୋଷ ଦେଖାଦେଇଛି ।
ସେପଟେ ବନ୍ୟାଜନିତ ସମସ୍ୟା ନିମନ୍ତେ ଅନେକ ଲୋକ ହାଇସିକୁ୍ୟରିଟି ନମ୍ବର ପ୍ଲେଟ କରିପାରିନାହାନ୍ତି । ଯାହାକୁ ନେଇ ହାଇସିକୁ୍ୟରିଟି ନମ୍ବର ପ୍ଲେଟ କରିବା ନିମନ୍ତେ ସରକାର ନିର୍ଦ୍ଧାରିତ କାରିଥିବା ସମୟ ବାଇବାକୁ ମଧ୍ୟ ବହୁ ଲୋକ ଦାବି କରି ଆସୁଛନ୍ତି । ଆଉ ୪ ଦିନ ପରେ ନମ୍ବର ପ୍ଲେଟ ଯାଞ୍ଚ ଆରମ୍ଭ ହେଉଥିବାବେଳେ ଏହା କେତେ କଡ଼ାକଡ଼ି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନି । ସୂଚନା ଥାଉକି, ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ·ଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍ ଲଗାଇବେ ନାହିଁ, ସେମାନଙ୍କୁ ଇ-·ଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *