କୁଲୁରେ ସଡ଼କ ଦୁର୍ଘଟଣା, ୭ ମୃତ

କୁଲୁ (ଏଜେନ୍ସି): ହିମାଚଳପ୍ରଦେଶ କୁଲୁ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୭ଜଣ ପ୍ରାଣ ହରାଇଛନ୍ତି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଖାତ ମଧ୍ୟକୁ ଖସିପଡିଥିଲା । ଟ୍ରାଭେଲରରେ ମୋଟ୍ ୧୭ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୭ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ଆଇଆଇଟି ବାରାଣସୀର ଛାତ୍ର ଥିବା ଜଣାପଡିଛି । ସେହିପରି ଅନ୍ୟ ୧ଠ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହିମାଚଳପ୍ରଦେଶ ବଞ୍ଜାରରେ ୩ଠ୫ ନମ୍ବର ଜାତୀୟ ରାଜପଥରେ ଜଲୋଡା ନିକଟରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି ।
ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଟ୍ରାଭେଲର ଗାଡ଼ିରେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିଆଣା ଓ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ଥିଲେ । ପ୍ରାଥମିକ ତଦନ୍ତରୁ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ଡ୍ରାଇଭର ଭାରସାମ୍ୟ ହରାଇଥିବା ଜଣାପଡିଛି । ଅନ୍ୟପକ୍ଷେ ରାଷ୍ଟ୍ରପତି ଦୌ÷ପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୋକ ବ୍ୟକ୍ତ କରିବା ପୂର୍ବକ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାର ତଦନ୍ତ ନିଦେ୍ର୍ଦଶ ଦେବା ସହ ମୃତକ ତଥା ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *