ତଦନ୍ତକାରୀ ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ସ୍କୁଲ ପରିଚାଳନାରେ ଅନିୟମିତତା
ସାନଖେମୁଣ୍ଡି (ଆପ୍ର): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଯିଉରା ପଞ୍ଚାୟତର ଏସ୍ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନ ଭାରାପ୍ରପ୍ତ ପ୍ରଧାନ ଶିକ୍ଷକ ନାର୍ସୁ ସେଠୀ ହେର୍ଫେର କରିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କ ନିଦେ୍ର୍ଦଶ କ୍ରମେ ଏକ ଟିମ୍ ସୋମବାର ଏସ୍ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତକାରୀ ଅଫିସର ଏବିଇଓ ସୀମାଞ୍ଚଳ ରଥ, ଶୁକଦେବ ମଳିକ, ସିଆର୍ସିସି ଦେବହରି ରଣା, ଶଙ୍କର୍ଷଣ ସେଠୀ ପ୍ରମୁଖ ଅର୍ଥ ହେରଫେର ଘଟଣାର ତଦନ୍ତ ପାଇଁ ଉକ୍ତ ବିଦ୍ୟାଳୟରେ ପହଞ୍ଚôବା ପରେ ଅଭିଭାବକମାନେ ସେମାନଙ୍କୁ ଘେରି ଦୀର୍ଘ ୧୬ ବର୍ଷର ହିସାବ ମାଗିବା ସହିତ ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ ବାହାର କରିବା ପାଇଁ ଅଡ଼ି ବସିଥିଲେ ।
ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ଅଗୋଚରରେ ଭାରପ୍ରାପ୍ର ଶିକ୍ଷକ ବିଦ୍ୟାଳୟକୁ ଆସୁଥିବା ସମସ୍ତ ସରକାରୀ ଅନୁଦାନ ହେରଫେର କରିଥିବା ପୂର୍ବତନ ସଭାପତି ଟୁଟୁ ନାହାକ ତଦନ୍ତକାରୀ ଅଫିସରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସହଯୋଗ ତାଲିମ ଶିବିର ନ କରି ଜାଲ୍ ଦସ୍ତଖତ କରି ୩୦୦୦ ହଜାର ଟଙ୍କା ନେଇଥିବା ତଦନ୍ତରୁ ଜଣାପଡିଛି । ପିଲାଙ୍କ ପୋଷାକ କିଣାରେ ଅନିୟମିତତା ହୋଇଥିବା ଏବିଇଓ କହିଛନ୍ତି । ୧୬ ବର୍ଷ ଗୋଟିଏ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ନାର୍ସୁ ସେଠୀଙ୍କ ବିରୋଧରେ ଅଭିଭାବକ ମାନେ ଶନିବାର ସ୍ୱର ଉତ୍ତୋଳନ କରିଥିଲେ । ସ୍କୁଲରେ ଥିବା ଆଉ ୪ ଶିକ୍ଷକଙ୍କୁ ସେ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ବିଇଓଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଦାବି ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ବିଇଓ କୁରେଶୁ ସେଠୀ ଫୋନ କରି ସଂପୃକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *