ବିଇଓ ଅଫିସ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା
ବନ୍ତ (ଆପ୍ର) : ସ୍କୁଲ୍ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବନ୍ତ ବ୍ଲକ୍ ବିଟିପୁର ପଞ୍ଚାୟତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଧାରଣା ଦେଇଛନ୍ତି । ବିଦ୍ୟାଳୟ ଉଚ୍ଛେଦ ପ୍ରକି୍ରୟାରୁ ପ୍ରଶାସନ ଓହରି ଯିବା, ଶିକ୍ଷକ ପ୍ରତ୍ୟାହାର ନିଦେ୍ର୍ଦଶନାମା ବାତିଲ, ମଧ୍ୟାହ୍ନଭୋଜନ ଓ ପୋଷକ ବଣ୍ଟନ ବନ୍ଦ ନିଷ୍ପତ୍ତିରୁ ଓହରି ଯିବା, ସମସ୍ତ ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କୁ ବଞ୍ଚôତ ନ କରିବା, ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଆଦି ଦାବି ଭିତ୍ତିରେ ଏହି ଆନେ୍ଦାଳନ କରାଯାଇଛି । ପ୍ରାରମ୍ଭରେ ବନ୍ତ ପିଏନ୍ବି ଛକ ଠାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହାତରେ ପ୍ଲାକାର୍ଡ ଧରି ବଜାର ପରିକ୍ରମା କରିଥିଲେ । ପରେ ବିଇଓ ଅଫିସ ଆଗରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାରଣାସ୍ଥଳରେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଇଓ ମଞ୍ଜୁବାଳା ନାୟକ, ଏବିଇଓ ହରେକୃଷ୍ଣ ଆପଟ, ଆନେ୍ଦାଳନକାରୀଙ୍କ ପ୍ରତିନିଧି ପ୍ରଭାସ ମହାପାତ୍ର, ପ୍ରତାପ ସେଠୀଙ୍କ ସମେତ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନାହିଁ ।
ଆନେ୍ଦାଳନରେ ଜ୍ୟୋତ୍ସ୍ନାରାଣୀ ଦାସ, ସରୋଜିନୀ ଦାସ, ମିନତୀ ଖମାରୀ, ଗାୟତ୍ରୀ ଖମାରୀ, ମନୀଷା ଦାସ, ସାର ବେଶ୍ରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିବା ବେଳେ ଆନେ୍ଦାଳନକୁ ସମର୍ଥନ କରି ପ୍ରମୋଦ ଜେନା, ପ୍ରଭାସ କୁମାର ମହାପାତ୍ର, ପ୍ରତାପ ସେଠୀ, ରଙ୍ଗାଧର ସେଠୀ, ପ୍ରଭାତ ଖମାରୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।