ସ୍କୁଲରେ ଗୁଳିକାଣ୍ଡ: ୧୧ ଶିଶୁ ସହ ୧୫ ମୃତ
ଘଟଣାସ୍ଥଳରେ ଆତତାୟୀର ଆତ୍ମହତ୍ୟା
ମସ୍କୋ (ଏଜେନ୍ସି): ରୁଷ୍ର ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୧୧ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତୁ୍ୟ ହୋଇଥିବା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ସ୍କୁଲ ପରିସରରେ ଗୁଳିକାଣ୍ଡ ଭଳି ଅଘଟଣ ଘଟାଇଥିବା ଆତତାୟୀଜଣକ ମଧ୍ୟ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଶିଶୁଙ୍କ ବୟସ ୧୧ବର୍ଷରୁ କମ୍ ଥିବା ପୁଲିସ୍ ଦର୍ଶାଇଛି ।
ପ୍ରକାଶ, ରୁଷ୍ ରାଜଧାନୀ ମସ୍କୋ ଠାରୁ ପ୍ରାୟ ୧୨ଠଠ କିମି ଦୂର ଇଜେସ୍କ ସହରରେ ଥିବା ୮୮ ନମ୍ବର ସ୍କୁଲ ପରିସର ମଧ୍ୟକୁ ପ୍ରବେଶ କରିବା ପୂର୍ବକ ଜଣେ ଆତତାୟୀ ଅନ୍ଧାଧୁନ୍ ଗୁଳି ଚଳାଇଥିଲା । ଏଥିରେ ୧୧ ଶିଶୁଙ୍କ ସମେତ ୧୩ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ଏହି ଘଟଣାରେ ଅନ୍ୟ ୨୪ଜଣ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏବେ ଗୁଳିକାଣ୍ଡ ଭୟର ମାହୋଲ ରହିଛି । ଅନ୍ୟପକ୍ଷେ ସ୍ଥାନୀୟ ଗଭର୍ଣ୍ଣର ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ସ୍ଥିତିକୁ ଯାଞ୍ଚ କରିଛନ୍ତି ।
ସ୍ଥାନୀୟ ଗଭର୍ଣ୍ଣର ଆଲେକ୍ଜାଣ୍ଡର ବ୍ରେଶାଲୋଭଙ୍କ କହିବା ଅନୁସାରେ, ଯେଉଁ ସ୍କୁଲରେ ଗୁଳିମାଡର ଏହି ଘଟଣା ଘଟିଛି ସେଠାରେ ପ୍ରଥମରୁ ଏକାଦଶ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢାଯାଉଛି । ତେବେ ଗୁୂଳିକାଣ୍ଡ ପରେ ସ୍କୁଲକୁ ଖାଲି କରିଦିଆଯାଇଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଅନ୍ୟପକ୍ଷେ ସ୍କୁଲ ପରିସରରେ ଗୁଳି ଚଳାଇବା ପରେ ଆତତାୟୀଜଣକ ନିଜକୁ ମଧ୍ୟ ଗୁଳି କରି ହତ୍ୟା କରିଥିବା ପୁଲିସ୍ ଦର୍ଶାଇଛି ।
ଅନ୍ୟପକ୍ଷେ ଲୋକଙ୍କ ଦାବି ଅନୁସାରେ, ଆକ୍ରମଣକାରୀ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା ଏବଂ ଟି-ସାର୍ଟରେ ନାଜୀ ସମ୍ପ୍ରଦାୟକୁ ଚିହ୍ନିତ କରୁଥିବା ସାଙ୍କେତିକ ଚିହ୍ନ ରହିଥିଲା । ତେବେ ଆତତାୟୀ କାହିଁକି ଏପ୍ରକାର ଗୁଳିକାଣ୍ଡ କରିଛି ସେସମ୍ପର୍କରେ କୌଣସି ସ୍ପଷ୍ଟ କାରଣ ଜଣାପଡିନଥିବା ପୁଲିସ୍ ଦର୍ଶାଇଛି । ଗଭର୍ଣ୍ଣର ଆଲେଜାଣ୍ଡର କହିଛନ୍ତି, ସ୍କୁଲରେ ପୁଲିସ୍ ଟିମ ଉପସ୍ଥିତ ରହିଛି ଏବଂ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରାଯାଉଛି । ସୂଚନାଯୋଗ୍ୟ, ଗତ ବର୍ଷ ପୂର୍ବ ମସ୍କୋରେ ମଧ୍ୟ ଏହିପରି ସମାନ ଘଟଣା ଘଟିଥିଲା । ଏଠାରେ ୧୯ ବର୍ଷୀୟ ଜଣେ ଯୁବକ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ୭ ଶିଶୁଙ୍କ ସମେତ ୯ଜଣଙ୍କ ମୃତୁ୍ୟ ହୋଇଥିଲା ।