ଏନ୍ସାଇକ୍ଲୋପିଡିଆ ଅଫ୍ ଟ୍ରାଇବ୍ସ ଇନ୍ ଓଡ଼ିଶା ଉନ୍ମୋଚିତ

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ ତଥା ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ ଦ୍ୱାରା ପ୍ରକାଶିତ ଏନସାଇକ୍ଲୋପିଡିଆ ଅଫ୍ ଟ୍ରାଇବ୍ସ ଇନ ଓଡ଼ିଶାର ୫ମ ସମ୍ପାଦିତ ସଂସ୍କରଣ ଉନ୍ମୋଚନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାକି ସମସ୍ତ ଜନଜାତିର ଏକ ଏନସାଇକ୍ଲୋପିଡିଆ ପ୍ରକାଶ କରିଛି । ଏହାର ସମସ୍ତ ୫ ସମ୍ପାଦିତ ଭଲୁ୍ୟମରେ ୩୮୦୦ ପୃଷ୍ଠା ଏବଂ ୪୧୮ ଅନୁସନ୍ଧାନମୂଳକ ପ୍ରବନ୍ଧ ରହିଛି, ଯାହାକି ସମସ୍ତ ୬୨ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏବଂ ୧୩ଟି ବିଶେଷ ଭାବରେ ସମ୍ବେଦନଶୀଳ ଆଦିବାସୀ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିଛି ।
ଏଭଳି ଏକ ବିରଳ ତଥା ପ୍ରଭାବଶାଳୀ ପ୍ରକାଶନ ଉପରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପୁସ୍ତକ ନିଶ୍ଚିତ ଭାବରେ ସମସ୍ତ ଶିକ୍ଷାବିତ, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ଇଛୁକ ବ୍ୟକ୍ତିଙ୍କ ପାଇଁ ଏକ ଶିକ୍ଷାର ଭଣ୍ଡାର ହେବ । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ବାଲକ୍ରିଷ୍ଣନ୍, ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ନିଦେ୍ଦର୍ଶକ ଏ.ବି.ଓତା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *