ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର, ୨୬ା୯ (ବୁ୍ୟରୋ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏକମାସ ବ୍ୟାପୀ ଚାଲିବାକୁ ଥିବା ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବ । ଏହି ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ୯ତାରିଖରେ ଗୋପବନ୍ଧୁ ଜୟନ୍ତୀ, ୧୧ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ପାଳନ ହେବ । ଜନସମ୍ପର୍କ ପଦଯାତ୍ରା ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ । ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସମ୍ପର୍କ ଯାତ୍ରାକୁ ସଫଳ କରାଇବେ ।
ପଦଯାତ୍ରା ସମୟରେ ସମ୍ପୃକ୍ତ ଅ ଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ଲୋକାଭିମୂଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ଏହା ସହ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ । ନଭେମ୍ବର ୨ତାରିଖରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ସହ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସମୁହ ଶପଥ ନେବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ସୋମବାର ଚିଠି ଲେଖିଛନ୍ତି । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସମ୍ବନ୍ଧରେ ଦଳର ଛାମୁଆ ସଙ୍ଗଠନଗୁଡ଼ିକ ସହ ଆଲୋଚନା କରିବେ । ବିଜୁ ଯୁବ, ଛାତ୍ର, ମହିଳା ଓ ପର୍ଯ୍ୟବେକ୍ଷକ ସଙ୍ଗଠନଗଜୁଡ଼ିକର ସଭ୍ୟ ଓ ସଭ୍ୟାମାନେ ଏହି ଅବସରରେ ଉପସ୍ଥିତ ରହି ଦଳର ଆଗମୀ କାର୍ଯ୍ୟପନ୍ଥା ଶୁଣିବେ ଓ ସେହି ଅନୁସାରେ କାମରେ ଲଗାଇବେ ବୋଲି ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *