ବଲାଙ୍ଗିରରେ ଚାଷୀଙ୍କ ରେଳରୋକ

ଟିଟିଲାଗଡ଼(ଆପ୍ର): ଜିଲ୍ଲା ପ୍ରଶାସନ ଦେଖାଉଥିବା ଲଲିପପ୍ ଲୋଭ କାମ ଦେଲାନି । ଗତବର୍ଷ କୃଷି ବୀମା ଲୋଭ ଦେଖାଉଥିବା ପ୍ରଶାସନ ଏଥର ଧରାଛୁଆଁ ଦେଉନି । ମରୁଡ଼ିର ଶିକାର ହୋଇ ·ଷୀ ହତାଶ ହୋଇପଡ଼ିଛି । ହେଲେ ଫସଲ ବୀମା ଅର୍ଥ ପାଇଁ ଚାଷୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ହତାଶ ହୋଇପଡ଼ିଛି । ପ୍ରଶାସନିକ ଅଧିକାରୀ ଆଜି କାଲି କହି ଦିନ ଗଡ଼ାଉଛନ୍ତି । ୪ ଥର ଆନେ୍ଦାଳନ ପରେ ବି କୃଷି ବୀମା ମିଳୁ ନ ଥିବାରୁ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳବ୍ୟାପୀ ରେଳ ରୋକ ଆରମ୍ଭ ହୋଇଛି ।
ସୋମବାର ସକାଳେ ବଲାଙ୍ଗିର ଷ୍ଟେସନ, ହରିଶଙ୍କର ରୋଡ୍, ପାଟଣାଗଡ, ଲାଠୋର ଓ ଟିଟିଲାଗଡ଼ ଷ୍ଟେସନରେ ହଜାର ହଜାର ଚାଷୀ ପହଞ୍ଚô ରେଳରୋକ ଆନେ୍ଦାଳନ କରିଥିଲେ । ସେମାନଙ୍କୁ ଅଟକାଇବା ଲାଗି ପୁଲିସ୍ ମୁତୟନ ହୋଇଥିଲେ ବି ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ·ଷୀମାନେ ଷ୍ଟେସନକୁ ଧସେଇ ପଶିବା ସହିତ ଧାରଣା ଉପରେ ଧାରଣା ଦେବାରୁ ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା । ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଆହୁରି ଜୋରଦାର କରାଯିବ ଓ ଆବଶ୍ୟକ ପଡ଼ିଲେ ·ଷୀମାନେ ରାସ୍ତାରେ ଆତ୍ମାହୁତି ଦେବେ ବୋଲି ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବଲାଙ୍ଗିର ଜିଲ୍ଲାରେ ଗତବର୍ଷ ମରୁଡ଼ି ପଡ଼ି ·ଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା । ଏହା ପରେ କୃଷି ବୀମା ପାଇଁ ଜିଲ୍ଲାର ୧୪ ବ୍ଲକରୁ ଯେଉଁ ରିପୋର୍ଟ ଯାଇଥିଲା ସେଥିରେ ଭୁଲ୍ ତଥ୍ୟ ଥିବା ଅଭିଯୋଗ କରାଯାଇଥିଲା । ସମବାୟ, ରାଜସ୍ୱ, କୃଷି ବିଭାଗ ରିପୋର୍ଟ ଆଧାରରେ ଚାଷୀ ବୀମା ରାଶି ପାଇଥାନ୍ତି । କିନ୍ତୁ ବଲାଙ୍ଗିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଭୁଲ ଥିବା ଦର୍ଶାଇ କମ୍ପାନୀ ବୀମା ରାଶି ଦେଉ ନାହିଁ ବୋଲି କୁହାଯାଇଥିଲା । ପୂର୍ବରୁ ·ଷୀମାନେ ବାରମ୍ବାର ଆନେ୍ଦାଳନ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବୀମା ରାଶି ନ ପାଇବାରୁ ଏଥର ରେଳରୋକ କରିଛନ୍ତି । ଅନ୍ୟପକ୍ଷରେ କୃଷକଙ୍କ ରେଳ ରୋକ ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହିଥିଲା । ଏଥିପାଇଁ ଯାତ୍ରୀମାନେ ପିଲାଛୁଆଙ୍କୁ ଧରି ହଇରାଣ ହେଉଥିବା ଦେଖାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *