ସହରରେ ବନ୍ଧୁକ ଓ ବୋମା ଆତଙ୍କ

ଆଗକୁ ପାର୍ବଣ
ପୁରୀ (ବୁ୍ୟରୋ): ଭାରତ ମାନଚିତ୍ରରେ ଶ୍ରୀକ୍ଷେତ୍ର ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ଭାବେ ସ୍ଥାନିତ ହୋଇଛି । ସେଥିପାଇଁ ପ୍ରତ୍ୟେକ ଦିନ ରାଜ୍ୟର କୋଣଅନୁକୋଣରୁ ଆରମ୍ଭ କରି ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଫଳରେ ସବୁବେଳେ ଶ୍ରକ୍ଷେତ୍ର ଲୋକାରଣ୍ୟ । ବାହାର ରାଜ୍ୟରୁ ପର୍ଯ୍ୟଟକମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରି ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିର ମଜା ନିଆରା ବୋଲି ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାଇଁ ଆସିଥାନ୍ତି । ହେଲେ ଏଠାରେ ପହଞ୍ଚିଲା ପରେ ସହରର ସ୍ଥିତି ଦେଖି ସେମାନେ ଭୟଭୀତ ହେଉଛନ୍ତି ।
ଏପରକି ପୁଲିସକୁ ଦୁର୍ବୃତ୍ତମାନେ ଖୋଲା ଚାଲେଞ୍ଜ ଦେଇ ସର୍ବସମ୍ମୁଖରେ ସାଙ୍ଗରେ ବୋମା ଓ ବନ୍ଧୁକ ଧରି ବୁଲୁଛନ୍ତି । କେତେବେଳେ ଟିକେ କେଉଁ ସାଧାରଣ କଥାକୁ କେନ୍ଦ୍ର କରି କଥା କଟାକଟି ହେଲାବେଳକୁ ସଙ୍ଗେ ସଙ୍ଗେ ମୁଣ୍ଡରେ ଲାଗୁଛି ବନ୍ଧୁକ ତ ଅନ୍ୟ କେଉଁ ସ୍ଥାନରେ ବ୍ୟବସାୟୀକୁ ବଟି ଆଦାୟ ସମୟରେ ଦୋକାନ ଉପରକୁ ହେଉଛି ଘନ ଘନ ବୋମାମାଡ଼ । ଫଳରେ ସହରରେ ଏପରି ଘଟଣା ଦେଖି ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନେ ଜୀବନ ବିକଳରେ ଦୌଡୁଛନ୍ତି ସୁରକ୍ଷା ସ୍ଥାନକୁ । ସେଠାରେ ଦୁର୍ବୃତ୍ତମାନେ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳାଇ ଫେରାର ହୋଉଯାଉଛନ୍ତି । ପୁଲିସ ଖବରପାଇ ପହଞ୍ଚିଲା ବେଳକୁ ଖେଳ ଖତମ୍ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କିଛିଦିନ ତଳେ ।
ସହରର ବିଭିନ୍ନ ସ୍ଥାନରେ ପୂର୍ବ ଶତ୍ରୁତା ନେଇ ସର୍ବସମ୍ମୁଖରେ ଘନ ଘନ ବୋମାମାଡ଼ ଘଟୁଛି । ଫଳରେ ବୋମାମାଡ଼ ହେବାର ଶଦ୍ଦ ଶୁଣି ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏପରିକି ଦୁର୍ବୃତ୍ତମାନେ ବ୍ୟବସାୟଙ୍କୁ ଧମକ ଦିଅନ୍ତି ବଟି ଦିଅ ନଚେତ୍ ବୋମା ମାଡ଼ କରି ଦୋକାନ ସହିତ ତୁମକୁ ଜାଳିଦେବୁ । ପରେ ଖବରପାଇ ପୁଲିସ ପହଞ୍ଚିଲା ବେଳକୁ ସେଠାରେ କେବଳ ବ୍ୟବସାୟୀମାନେ ଘଟଣା ସମ୍ପର୍କରେ ଅବଗତ କଲାବେଳକୁ ସେମାନେ ଫେରାର୍ ହୋଇଯାଉଛନ୍ତି ।
ସହରରେ ବାରମ୍ବାର ଏପରି ଘଟଣାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ନାମ ଗୋପନ ରଖି କୁହନ୍ତି ପୁଲିସ ପର୍ଯ୍ୟଟନ ସହରରେ ଠିକ୍ ଭାବେ କାର୍ଯ୍ୟ କରୁନି । ତତ୍ସହିତ ଦୁର୍ବୃତ୍ତମାନେ ପୁଲିସକୁ ମାନୁନାହାନ୍ତି । ସେମାନେ ତାଙ୍କ ନିଜର ଲୋକ ବୋଲି ଭାବୁଛନ୍ତି । ଫଳରେ ସହରରେ ଦିନଦ୍ୱିପ୍ରହର ଠାରୁ ଆରମ୍ଭ କରି ସବୁବେଳେ ଖୋଲାଖୋଲି ଭାବେ ବନ୍ଧୁକ ଓ ବୋମା ଧରି ବୁଲୁଛନ୍ତି । ଏପରିକି ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉଥିଲେ ସୁଦ୍ଧା କମିବାର ନାଁ ଧରୁନି । ଅନ୍ୟପଟରେ ପୁରୀକୁ ବନ୍ଧୁକ ଓ ବୋମା ଯୋଗାଉଥିବା ବ୍ୟକ୍ତିଙ୍କୁ ଠାବ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *