ଗୋଟିଏ ପାଚେରିରେ ୪ ସୂଚନା ଫଳକ

ଗଜରାଜପୁର ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ
ନାଉଗାଁ (ଆପ୍ର): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପଞ୍ଚାୟତଗୁଡିକୁ ଉନ୍ନତିକରଣ କରିବା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ପଞ୍ଚାୟତସ୍ତରରେ ଏହି ଅର୍ଥ ରାଶି କିପରି ବ୍ୟୟ କରାଯାଉଛି, ତାହା କରାଯାଉଥିବା ପ୍ରକଳ୍ପ ଗୁଡିକରେ ପ୍ରଦର୍ଶିତ ସୂଚନା ଫଳକ ତଥ୍ୟରୁ ସଠିକ୍ ଆକଳନ କରି ହେଉଛି । ଯାହାର ଉଦାହରଣ ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ଏକ ପୁରୁଣା ଆଜବେଷ୍ଟସ ଗୃହକୁ ଭଙ୍ଗା ଯାଇ ନୂତନ ଭାବେ ଏକ ଗୃହ ନିର୍ମାଣ କରାଯାଉଛି । ଏହି ଗୃହର ସମ୍ମୁଖରେ ନିର୍ମାଣ କରାଯାଇଥିବା ପାଚେରୀ ସମ୍ମୁଖ ପାଶ୍ୱର୍ର ବାମ ପାଶ୍ୱର୍ରେ ପ୍ରଦର୍ଶିତ ସୂଚନା ଫଳକ ତଥ୍ୟ ଅନୁସାରେ ୨୦୨୧ -୨୨ ଆର୍ଥିକ ବର୍ଷର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନା ଦ୍ୱାରା ଗଜରାଜପୁର ପଶୁ ଡାକ୍ତରଖାନା ନିର୍ମାଣ କରାଯାଉଥିବା ବେଳେ ଅଟକଳ ମୂଲ୍ୟ ୪ ଲକ୍ଷ ୭୦ହଜାର ଦର୍ଶାଯାଇଛି । ସେହିପରି ଡାହାଣ ପାଶ୍ୱର୍ରେ ୨୦୨୧-୨୨ ଆର୍ଥିକ ବର୍ଷର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନାରେ ଗଜରାଜପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଦର୍ଶାଯାଇଥିବା ବେଳେ ୪ ଲକ୍ଷ ୮୦ହଜାର ଟଙ୍କା ବ୍ୟୟ କରାଯିବାର ତଥ୍ୟ ପ୍ରକାଶ ପାଇଛି ।
ସେହିପରି ସେହି ଗୋଟିଏ ପାଚେରୀର ପଛ ପାଶ୍ୱର୍ରେ ୨୦୨୧-୨୨ ଆର୍ଥିକ ବର୍ଷର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନର ପଞ୍ଚାୟତ ସମିତି ଅଂଶଧନ ଦ୍ୱାରା ୧ ଲକ୍ଷ ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମରାମତି ଦର୍ଶାଯାଇଥିବା ବେଳେ ଅନ୍ୟ ପାଶ୍ୱର୍ରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଗଜରାଜପୁର ପଶୁ ଡାକ୍ତରଖାନା ଉନ୍ନତି କରଣ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଦର୍ଶାଯାଇଛି । ଗୋଟିଏ ସ୍ଥାନରେ ୨ଟି ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ପ୍ରଦର୍ଶିତ ୪ଟି ସୂଚନା ଫଳକ ଜନସାଧାରଣଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ଘର ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ ଚାଲିଥିବା ବେଳେ ଗୋଟିଏ ଆର୍ଥିକ ବର୍ଷରେ ପୁରୁଣା ଗୃହ କିପରି ମରାମତି ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ମାଣ କରାଯାଉଥିବା ଗୃହଟି ପଶୁ ଡାକ୍ତରଖାନା କି ଉପସ୍ଥାସ୍ଥ୍ୟ କେନ୍ଦ୍ର ଓ ଏହି କେନ୍ଦ୍ର ନିର୍ମାଣ ହେଉଥିବା ବେଳେ ମରାମତି ହେଉଥିବା ସୂଚନା ଫଳକରେ ତଥ୍ୟ ପ୍ରଦାନ କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *