ଦିଲ୍ଲୀରେ ନାବାଳକକୁ ଗଣଦୁଷ୍କର୍ମ
ମାଡ଼ ମାରିଲେ, ମୁମୂର୍ଷୁ ଅବସ୍ଥାରେ ଫିଙ୍ଗିଦେଲେ
ନୂଆଦିଲ୍ଲୀ (ଏଜେନ୍ସି): ରାଜଧାନୀ ଦିଲ୍ଲୀରେ ପୁଣିଥରେ ନିର୍ଭୟା ଘଟଣାର ପୁନରାବୃତ୍ତି ସମ୍ପର୍କରେ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ଏଥର କୌଣସି ନାବାଳିକା, ଯୁବତୀ କିମ୍ବା ମହିଳା ନୁହଁନ୍ତି ବରଂ ଜଣେ ୧୨ ବର୍ଷର ନାବାଳକକୁ ଯୌନରାକ୍ଷସମାନେ ଗଣଦୁଷ୍କର୍ମ କରିଛନ୍ତି । କେବଳ ଗଣଦୁଷ୍କର୍ମ କରିନାହାନ୍ତି ବରଂ ମରଣାନ୍ତକ ଆକ୍ରମଣ ପୂର୍ବକ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ନାବାଳକଟି ଚେତାଶୂନ୍ୟ ହେବା ପରେ ମରିଗଲା ଭାବି ଏହି ରାକ୍ଷସମାନେ ତା’କୁ ରାସ୍ତାକଡରେ କୌଣସି ଆବର୍ଜନା ସାମଗ୍ରୀ ଭଳି ଫିଙ୍ଗିଦେଇଛନ୍ତି । ପିଲାଟିକୁ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଦେଖି କେହି ସହୃଦୟ ବ୍ୟକ୍ତି ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ପିଲାଟିକୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରାଇଛି । ଡାକ୍ତରୀ ଦଳଙ୍କ କହିବାନୁସାରେ ପିଲାର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପିଲାଟିକୁ ହସ୍ପିଟାଲରେ ଚିକିତ୍ସାଧୀନ ରହିବାକୁ ହେବ । ସେହିପରି ଆବଶ୍ୟକସ୍ଥଳେ ପିଲା ଠାରେ ଏକାଧିକ ଥର ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ିପାରେ ବୋଲି ଡାକ୍ତରୀ ଦଳ କହୁଛନ୍ତି ।
ଗତ ୧୮ତାରିଖ ସିଲମ୍ପୁର ଅଞ୍ଚଳରେ ଏପ୍ରକାର ନାରକୀୟ କାଣ୍ଡ ଘଟିଥିଲେ ମଧ୍ୟ ଏସମ୍ପର୍କରେ ୨୫ ତାରିଖରେ ରିପୋର୍ଟ ପ୍ରକାଶ ପାଇଛି । ଏପରିକି ନାବାଳକର ପରିବାର ଲୋକେ ମଧ୍ୟ ଘଟଣାର ୪ ଦିନ ପରେ ଅର୍ଥାତ୍ ୨୨ତାରିଖରେ ଏସମ୍ପର୍କରେ ଜାଣିଥିଲେ ଏବଂ ଦିଲ୍ଲୀ ପୁଲିସ୍ରେ ଅଭିଯୋଗ କରିଥିଲେ । ତେବେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ରବିବାର ଏହି ମାମଲା ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେବା ପରେ ସବୁକିଛି ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ୍ୟ) ପକ୍ଷରୁ ଦିଲ୍ଲୀ ପୁଲିସ୍କୁ ଏହି ଘଟଣାରେ ନୋଟିସ୍ ଜାରି କରାଯାଇଛି । ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍କୁ ଆୟୋଗ କହିଛି । ଆସନ୍ତା ୨୮ତାରିଖ ସୁଦ୍ଧା ଏହି ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଡିସିଡବ୍ଲୁ୍ୟ ଅଧ୍ୟକ୍ଷା ଦିଲ୍ଲୀ ପୁଲିସ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ସୂଚନା ଦେବା ସମୟରେ ସ୍ୱାତୀ କହିଛନ୍ତି ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଝିଅ କ’ଣ ପୁଅ ମଧ୍ୟ ସୁରକ୍ଷିତ ନୁହଁନ୍ତି ।
ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୧୮ତାରିଖ ସିଲମ୍ପୁର ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ନାବାଳକଙ୍କୁ ୪ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି । ଏମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍ର ଏକାଧିକ ଟିମ୍ ଗଠନ କରାଯିବା ସହ ସେମାନଙ୍କ ଉପସ୍ଥିତିର ସାମାନ୍ୟତମ ଆଶଙ୍କା ଥିବା ଅଞ୍ଚଳରେ ଚଢ଼ଉ ଅଭିଯାନ କରାଯାଉଛି । ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।
