ସିଡିଏମ୍ଓଙ୍କ ବଦଳିକୁ ନେଇ ଅସନ୍ତୋଷ

ଶିଶୁ ମୃତୁ୍ୟ ଘଟଣା: ଖସିଗଲେ ପ୍ରକୃତ ଦୋଷୀ!
କେନ୍ଦୁଝର (ଆପ୍ର): କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନବଜାତକ ମୃତୁ୍ୟ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହାର ତଦନ୍ତ ପାଇଁ ବିଭିନ୍ନ ସଙ୍ଗଠନ ଦାବି କରିଥିଲେ । ମୃତ ନବଜାତ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଏତଲା ମଧ୍ୟ ଦିଆଯାଇଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନର ଶିଶୁ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରବିନ୍ଦ୍ର ନାଥ ପଣ୍ଡା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଡାକ୍ତର ରଶ୍ମି ରଞ୍ଜନ ଶତପଥି ଡାକ୍ତରଖାନାରେ ପହଞ୍ଚôି ଏସ୍ଏନ୍ସିୟୁ ୱାର୍ଡରେ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତକୁ ବାଟବଣା କରାଯାଇ ଲୋକ ଦେଖାଣିଆ ଭାବେ ଶେଷରେ ପରିସ୍ଥିତିକୁ ଶାନ୍ତ କରିବାକୁ ସିଡିଏମଓ ଡାକ୍ତର ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ବଦଳି କରାଗଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚିକିତ୍ସାରେ ଅବହେଳା ଓ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ୧୮ ଦିନରେ ୧୩ ନବଜାତଙ୍କ ମୃତୁ୍ୟ ହୋଇଛି । ଶିଶୁ ବିଭାଗର ଏସଏନସିୟୁ ୱାର୍ଡରେ ଉକ୍ତ ଦିନ ୨ଜଣ ଡାକ୍ତର ଛୁଟିରେ ଥିଲେ । ତାଙ୍କ ବଦଳରେ ଅନ୍ୟ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଥିଲା ନା ନାହିଁ ତାହା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି କି ନାହିଁ ତାହାକୁ ନେଇ ସନେ୍ଦହ ।
ପ୍ରକାଶ ଯେ, ଏଭଳି ସମ୍ବେଦନଶୀଳ ଘଟଣା ପାଇଁ ଶିଶୁ ବିଭାଗର ଡାକ୍ତର, ଷ୍ଟାଫ ନର୍ସ ଓ ବିଭାଗୀୟ ମୁଖ୍ୟ ତଥା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦୁଝର ସରକାରୀ ମେଡିକାଲ କଲେଜ ଅଧୀକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ହୋଇନାହିଁ । ଅନ୍ୟ ପକ୍ଷରେ ସମଗ୍ର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବୁଝୁଥିବା ସିଡିଏମଓଙ୍କୁ ବଦଳି କରି ଅନ୍ୟଙ୍କୁ ପରୋକ୍ଷରେ ଛାଡ କରିବା ସମସ୍ତଙ୍କୁ ଚକିତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *