ବାଇଶି ପାହାଚରେ ଶ୍ରାଦ୍ଧ ଦେବାରୁ ବଞ୍ଚôତ ଶ୍ରଦ୍ଧାଳୁ
ମହାଳୟାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ପୁରୀ (ବୁ୍ୟରୋ): ରବିବାର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଏ । ଯେଉଁ ତିଥିରେ ଯାହାଙ୍କର ପିତା ମୃତୁ୍ୟବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁ ଗୃହସ୍ଥ ପନ୍ଦର ଦିନ ମଧ୍ୟରେ ପତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି, ସେମାନେ ଆଜିର ଦିନରେ ଅର୍ଥାତ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । ଏଣୁ କେହି ବାଇଶି ପାହାଚରେ ପତୃପୁରୁଷଙ୍କ ଉଦେ୍ଦଶ୍ୟରେ ତର୍ପଣ କରିଥାନ୍ତି ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି । ତର୍ପଣ ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତାପିତାମହଙ୍କ ଉଦେ୍ଦଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦେ୍ଦଶ୍ୟରେ ତର୍ପଣ କରିବାର ବିଧି ରହିଛି । ଏହି ଦିବସରେ ଜ୍ୟେଷ୍ଠ ପୁତ୍ରଙ୍କ ହସ୍ତରୁ ଜଳ ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡିଥିଲା ।
ଗତ ୨ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ ହୋଇଥିବାରୁ ଶ୍ରଦ୍ଧାଳୁମାନେ ବାଇଶିପାହାଚ ପରିବର୍ତ୍ତେ ଶ୍ରୀମନ୍ଦିର ବାହାରେ ପିଣ୍ଡଦାନ କରିଥିଲେ । ଚଳିତବର୍ଷ କଟକଣା ହଟିଯାଇଥିଲେ ସୁଦ୍ଧା ଖରା ଓ ବର୍ଷାରେ ବାହାରେ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ପ୍ରଥମେ ଶ୍ରଦ୍ଧାଳୁମାନେ ପଞ୍ଚତୀର୍ଥରେ ବୁଡ଼ ପକାଇ ଓ ବ୍ରହ୍ମଣମାନଙ୍କୁ ମହାପ୍ରସାଦ ଦାନ କରିବା ଏବଂ ଦକ୍ଷିଣା ଦେବାର ଦେଖିବାକୁ ମିଳିଥିଲା । ଫଳରେ ଆଜି ଦିନତମାମ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପାଶ୍ୱର୍ରେ ଏବଂ ଅସ୍ଥାୟୀ ସେଡ୍ ତଳେ ଓ ପଞ୍ଚତୀର୍ଥମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବାଇଶିପାହାଚରେ ପିଣ୍ଡଦାନର ମହାତ୍ମ୍ୟ ଅନନ୍ୟ । ହେଲେ କରୋନା ଠାରୁ ପରମ୍ପରା ଭାଙ୍ଗିଥିଲା । ଅନ୍ୟପକ୍ଷରେ ବାଇଶିପାହାଚରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ ନ କରିପାରିବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ମନରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିଲା ।