ଭାରୀଯାନକୁ ବିରୋଧ କରି ରାସ୍ତା ଅବରୋଧ

ଛେଣ୍ଡିପଦା (ଆପ୍ର): ଛେଣ୍ଡିପଦା ବ୍ଳକର ଅନୁଗୋଳ- ଛେଣ୍ଡିପଦା ୬୩ନଂ ରାଜ୍ୟରଜପଥରେ ଭାରୀଯାନ ଚଳାଚଳକୁ ନେଇ କୋଶଳା ଗ୍ରାମଠାରେ ସୋମବାର ସକାଳୁ ଗ୍ରାମର ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ରାସ୍ତା ଅବରୋଧ କରାଯାଇଛି । ଉକ୍ତ ରାଜ୍ୟରାଜପଥ ଊପରେ ଭାରୀଯାନ ଚଳାଚଳକୁ ବିରୋଧ କରି କୋଶଳା ଗ୍ରାମର ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪ଦଫା ଦାବିରେ ରାସ୍ତା ଅବରୋଧ କରାଯାଇଛି । ଏହି ରାଜପଥରେ ଦୈନିକ ତାଳଚେରରୁ ଭାୟା କୋଶଳା ଦେଇ ଝାରସୁଗୁଡା, ସମ୍ବଲପୁର ଅଂଚଳକୁ ଭାରୀଯାନ ଚଳାଚଳ ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହୋଇଛି । ପ୍ରାୟ ଏକମାସ ମଧ୍ୟରେ ଭାରୀଯାନ ଚଳାଚଳ ଯୋଗୁଁ ୫ ଜଣଙ୍କର ଜୀବନହାନୀ ହୋଇଛି । ତେଣୁ ୪ଦଫା ଦାବି ନେଇ ଉକ୍ତ ରାସ୍ତା ଅବରୋଧ ହୋଇଛି । ଦାବି ଗୁଡିକ ମଧ୍ୟରେ ରାସ୍ତାର ସମ୍ପୂର୍ଣ୍ଣ ମରାମତି, ଧୂଳିପାଇଁ ଜଳ ସିଞ୍ଚନ, ଭାରୀଯାନ ଚଳାଚଳ ପାଇଁ ସମୟ ନିର୍ଘଣ୍ଟ, ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କୁ ଯଥାଶିଘ୍ର ସାହାଯ୍ୟ ଓ ସହଯୋଗ ପାଇଁ ଦାବି କରିବା ସହିତ ଏହି ରାଜପଥରେ ଶହଶହ ସଂଖ୍ୟାରେ ଯାଉଥିବା କୋଇଲା ଟ୍ରକ ଓ ବାଲି ଟ୍ରକ ଗୁଡିକର ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ରାସ୍ତା ଅବରେଧ ଚାଲିଥିବାବେଳେ ଦିନ ୧୧ଟାରେ ଜିଲାପ୍ରଶାସନ ପକ୍ଷରୁ ଅନୁଗୋଳ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଆନେ୍ଦାଳନରତ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତାଙ୍କୁ ଉପଜିଲାପାଳ କାର୍ଯ୍ୟାଳୟକୁ ଏହାର ସମାଧାନ ପାଇଁ ଡକାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲାପାଳଙ୍କ ସମେତ ପରିବହନ ଅଧିକାରୀ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, ପୂର୍ତ୍ତ ବିଭାଗର ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତଥିଲେ । କୋଶଳା ଗ୍ରାମର ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, କୋଶଳା ଗ୍ରମାପଂଚାୟତର ସରପଞ୍ଚ ଉଦିତ କୁମାର ପ୍ରଧାନ, ବିମଲ କୁମାର ରାଉଳ, ଅବିନାସ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ସାହୁ, ମନୋରନ ସାହୁ,ସରୋଜ ସେନାପତି ପ୍ରମୁଖ ୧୦ଜଣ କର୍ମକର୍ତା ଯୋଗ ଦେଇଥିଲେ । ଆଲୋଚନା ହେବା ପରେ ପ୍ରଶାସନ ପକ୍ଷରୁ କୌଣସି ସୁଚିନ୍ତିତ ମତାମତ ନ ମିଳିବା ଏବଂ କୌଣସି ସମାଧାନ ନହେବାରୁ ଗ୍ରାମର ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତା ମାନେ ବୈଠକରୁ ଉଠି ଆସିଥିଲେ । ତେଣୁ ଯେ ପର୍ଯ୍ୟ” ଗ୍ରାମର ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟିର ୪ଦଫାକୁ ପ୍ରଶାସନ ପୁରଣ ନ କରିଛ”ିି ସେପର୍ଯ୍ୟ” କେବଳ ଭାରୀଯାନ ଚଳାଚଳ ବନ୍ଦ ରହିବ ବୋଲି କଡା ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *