ଅସିତ ଦ୍ୱିତୀୟ ଥର ଭୁବନେଶ୍ୱର କ୍ଲବ୍ ସଭାପତି

ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀ କ୍ଲବ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହାସହ ତାଙ୍କ ପ୍ୟାନେଲର ମଧ୍ୟ ବିଜୟ ହୋଇଛି । ଅସିତଙ୍କୁ ୮୫୮ ଖଣ୍ଡ ଭୋଟ୍ ମିଳିଛି । ୮୧.୫ % ଭୋଟ ପାଇ ଅସିତ ସଭାପତି ଓ ୬୨୨ ଖଣ୍ଡ ଭୋଟ ପାଇ ମହେନ୍ଦ୍ର ଗୁପ୍ତା ଉପ ସଭାପତି ନିର୍ବାଚିତ ହୋଇଥିବାବେଳେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି ।
ଭୁବନେଶ୍ୱର କ୍ଳବ୍ ସଭାପତି ପଦ ଦଖଲ ଲାଗି ନିର୍ବାଚନରେ ଅବସରପ୍ରାପ୍ତ ଟପ୍ ବୁ୍ୟରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ ମୁହାଁମୁହିଁ ହୋଇଥିଲେ । ମୋଟ ୧୯୫୦ ସଦସ୍ୟଙ୍କ ଭିତରୁ ୧୦୯୫ ସଦସ୍ୟ ମତଦାନ କରିଥିଲେ । ମତଦାନ ପାଇଁ କ୍ଲବ୍ ପରିସରରେ ୫ଟି ବୁଥ ହୋଇଥିଲା । ସେହିପରି ସତ୍ୟପ୍ରକାଶ ଟିମ୍ରେ ଉପସଭାପତି ପ୍ରାର୍ଥୀ ଥିଲେ ତାପେସ ରାୟ, ସମ୍ପାଦକ ଥିଲେ ମାନସ ରଞ୍ଜନ ଦାସ । ଜ୍ୟୋର୍ତିମୟ ମହାନ୍ତି ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନରେ ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ ୨୭୮ ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ୍ କ୍ଳବର ସୁପ୍ରିମ୍ ହୋଇଥିଲେ ଅସିତ । ଚଳିତ ଥର ମଧ୍ୟ ସମାନ ପ୍ରଦର୍ଶନ କରି ସେ ସଭାପତି ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *