ସରକାରୀ ଅନୁଦାନ ହେରଫେର ଅଭିଯୋଗ
ପାଟପୁର (ଆପ୍ର): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଯିଉରା ପଞ୍ଚାୟତର ଏସ୍. ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେର୍ଫେର କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୬ବର୍ଷ ଗୋଟିଏ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ନାର୍ସୁ ସେଠୀ ସ୍କୁଲକୁ ଆସୁଥିବା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଶନିବାର ସ୍କୁଲ ପରିଚାଳନା ସଭାପତି ନୀଳ ସେଠୀ ସ୍କୁଲରେ ପହଞ୍ଚô ପ୍ରଧାନ ଶିକ୍ଷକଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ରେଜିଷ୍ଟର ଯାଞ୍ଚ କରି ହିସାବ ତାଳମେଳ ହେଉନଥିବା କହିଛନ୍ତି । ପ୍ରଧାନ ଶିକ୍ଷକ ଏସ୍ଏମ୍ସି କମିଟି ବୈଠକ ନ କରି ଓ ସଭାପତିଙ୍କ ଅଗୋଚରରେ ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନମାନର ପୋଷାକ ଆଣିଥିବା ସଭାପତି ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ୧୦୮ ଛାତ୍ରଛାତ୍ରୀ ପଢ଼ୁଥିବା ମଧ୍ୟ ଉପସ୍ଥାପନ କମ ରହୁଛି । ମାତ୍ର ପୁରା ଉପସ୍ଥାପନ ଦେଖାଇ ସେ ମଧ୍ୟାହ୍ନ ଭୋଜନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ସ୍କୁଲ ସଭାପତି । ଉପସ୍ଥାପନ ରେଜିଷ୍ଟରରେ ଆପସେଣ୍ଟ ପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରେଜେଣ୍ଟ କରୁଥିଲେ ଭାରପ୍ରାପ୍ତ ଶିକ୍ଷକ ନାର୍ସୁ ସେଠୀ । ସେ ସ୍କୁଲରେ ଥିବା ଆଉ ଚାରି ଶିକ୍ଷକଙ୍କୁ ଦୁର୍ବ୍ୟବାର କରୁଥିବା ଅଭିଯୋଗ ହୋଇଛି । ଏନେଇ ବିଇଓଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଦାବି ହେଉଛି । ପୂର୍ବ ସଭାପତିଙ୍କ ସମୟରେ ସ୍କୁଲକୁ ମିଳିଥିବା ଅନୁଦାନ ଗାରିମା ଆୱାର୍ଡ ୧୦ ହଜାର, ଖେଳ ଉପକରଣ ପାଇଁ ୧୦ ହଜାର, କମ୍ପୋଜିଟ ଗ୍ରାଣ୍ଟ ୫୦ ହଜାର, ଇକୋ କ୍ଲବ୍ ପାଇଁ ୧୦ ହଜାର, ଏସବୁ ଅର୍ଥ ବୈଠକ ନ କରି ନକଲି ଦସ୍ତଖତ କରି ଆସୁଥିବା ଅନୁଦାନ ଆତ୍ମସାତ କରିଥିବା ଯାଞ୍ଚ କରିବା ପାଇଁ ଦାବି ହୋଇଛି । ଜଣେ ଶିକ୍ଷକଙ୍କୁ ଦୀର୍ଘ ୧୬ବର୍ଷ ଧରି ଗୋଟିଏ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯିବା ନେଇ ପ୍ରଶ୍ନ ଉଠିଛି । ବରିଷ୍ଠ ଅଭିଜ୍ଞ ସମ୍ପନ୍ନ ଶିକ୍ଷକ ଥିଲେ ମଧ୍ୟ କାହିଁକି ଉପରିସ୍ଥ ଅଧିକାରୀ ତାଙ୍କୁ ହଟାଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂପର୍କରେ ସାନଖେମୁଣ୍ଡି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ କୁରେସୁ ସେଠୀଙ୍କୁ ପଚାରିବାରୁ ଆସନ୍ତା ସୋମବାର ଏବିଇଓଙ୍କୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିବା କହିଛନ୍ତି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।