ଶ୍ରଦ୍ଧାଳୁଙ୍କୁ ନା, ଜେଟିପିଙ୍କୁ ହଁ

ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ନିଆଯିବା ଘଟଣା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଉପରେ ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟ୍ ରହିଥିବା ନେଇ କେନ୍ଦ୍ର ଗୁଇନ୍ଦା ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୂଚନା ଦେବା ସହିତ ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବଳୟ ଭିତରେ ରହିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ତାଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାର ପୁଲିସ ମହାନିଦେ୍ର୍ଦଶକ ଓ ପୁରୀ ଏସ୍ପିଙ୍କୁ ଶ୍ରୀମନ୍ଦିର ଉପରେ କଡ଼ା ନଜର ରଖିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ତତ୍ସହିତ ଶ୍ରୀମନ୍ଦିରରେ ପୁରାତନ ପଥରରେ ତିଆରି ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ଐତିହାସିକ କଳାକୃତିକୁ ସ୍ମାର୍ଟଫୋନ୍ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ନେବାର ମଧ୍ୟ ଭୟ ରହିଛି । ତେଣୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସ୍ମାର୍ଟଫୋନ୍ ନିଷେଧ ବୋଲି ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ସ୍ପଷ୍ଟ ନିିଦେ୍ର୍ଦଶ ଦେଇଛନ୍ତି ।
ଅନ୍ୟପଟରେ ବାହାର ରାଜ୍ୟରୁ ଆସୁଥିବା ଭକ୍ତଙ୍କ ଅବଗତ ପାଇଁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମେତ ଚାରିଦ୍ୱାରରେ ବଡ଼ ବଡ଼ ଅକ୍ଷରରେ ଓଡ଼ିଆ, ହିନ୍ଦି ଓ ଇଂଗ୍ରାଜୀରେ ଉଲ୍ଲେଖ କରାଯାଉଛି । ତତ୍ସହିତ ଶ୍ରୀମନ୍ଦିର ପ୍ରବେଶ ସମୟରେ ସିଂହଦ୍ୱାର ନିକଟରେ ପୁରୁଷ ପୁଲିସ କର୍ମଚାରୀ ପୁରୁଷ ଲୋକଙ୍କୁ ଯାଞ୍ଚ କରି ଭିତରକୁ ଛାଡୁଥିବା ବେଳେ ସେହିପରି ମହିଳାଙ୍କୁ ମହିଳା ପୁଲିସ ଯାଞ୍ଚ କରି ଭିତରକ୍ୁ ଛାଡୁଛନ୍ତି । ଫଳରେ ଶ୍ରୀମନ୍ଦିର ପ୍ରତି ଆଉ ବିପଦ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ ହୋଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଫେଲ୍ ମାରିଛି । କାରଣ ଏଠାରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ କଡ଼ା ନିୟମ ଲାଗୁ କରିଥିଲା ବେଳେ ପୁଲିସ ଓ ଜେଟିପି କର୍ମଚାରୀଙ୍କ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ବାହାରେ ସମାଲୋଚନାର ଶିକାର ହେଉଛି । ଏପରିକି ଡୁ୍ୟଟିରେ ଥିବା ଜେଟିପି କର୍ମଚାରୀ ଓ ଆଉ କେତେବେଳେ ପୁଲିସ କର୍ମଚାରୀମାନେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଶ୍ରୀମନ୍ଦିରକୁ ଯାଉଛନ୍ତି । ସେମାନେ ତାଙ୍କ ନିଜ ନିଜ ସ୍ମାର୍ଟ ଫୋନ୍ରେ ଶ୍ରୀମନ୍ଦିର ସହିତ ସେଲ୍ଫି ନେଇ ସେହି ଫଟୋକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ କରୁଛନ୍ତି । ଫଳରେ ଶ୍ରୀମନ୍ଦିରର ଭିତରର ଦୃଶ୍ୟ ବହାରରେ ବୁଲୁଛି । ଯାହାଦ୍ୱାର ଶ୍ରୀମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଶ୍ରୀମନ୍ଦିରର ସୁରକ୍ଷା ଯାହାହାତରେ ସେମାନେ ଶ୍ରୀମନ୍ଦିରର ଭିତର ଦୃଶ୍ୟକୁ ମୋବାଇଲ୍ରେ ଉତ୍ତୋଳନ କରି ବାହାରେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି ।
ଏନେଇ ବାହାରେ ତୀବ୍ର ପ୍ରତିକ୍ରିୟା ସହିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଉକ୍ତ ଘଟଣାକୁ ଚପାଇଦେବା ପାଇଁ ପୁଲିସ ସେହି କର୍ମଚାରୀଙ୍କୁ ସସ୍ପେଣ୍ଡ କରୁଛନ୍ତି । ଅନ୍ୟପଟରେ ମଧ୍ୟ ଏହାର ୮ ଦିନ ପରେ ପୂର୍ବ ଅବସ୍ଥା ଫେରିଆସୁଛି । ଉକ୍ତ ଘଟଣାକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦେଖୁଥିଲେ ତାହା ଉପରେ କଡ଼ା ଆଭମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ହେଲେ ଜଣେ ସାଧାରଣ ଲୋକଟିଏ ଯଦି ଭୁଲବଶତଃ ଏକ ସ୍ମାର୍ଟ ଫୋନ୍ ନେଇ ଏକ ଫଟୋ ଉତ୍ତୋଳନ କରୁଛି ତା’ ହେଲେ ଶ୍ରୀମନ୍ଦିର ଭିତରେ ଡୁ୍ୟଟିରେ ଥିବା ପୁଲିସ କର୍ମଚାରୀମାନେ ତାକୁ ସଙ୍ଗେ ସଙ୍ଗେ ଧରି ଥାନାକୁ ଆଣି ଜରିମାନା ଆଦାୟ କରିବା ସହିତ ଦୀର୍ଘ ସମୟ ଥାନାରେ ଅଟକ ରଖିଥାନ୍ତି । ଶ୍ରୀମନ୍ଦିରକୁ ମୋବାଇଲ୍ ପ୍ରବେଶ ନିଷେଧ କେବଳ ସାଧାରଣ ଭକ୍ତଙ୍କ ପାଇଁ କଡ଼ା ନିୟମ ହୋଇଥିଲା ବେଳେ ଭିଭିଆଇପି, ଜେଟିପି, ପୁଲିସ କର୍ମଚାରୀ ଓ ସେବାୟତଙ୍କ ପାଇଁ ମୁକ୍ତ ବୋଲି ସ୍ପଷ୍ଟ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *