ଜାତୀୟ ରାଜପଥରେ ଅଚଳାବସ୍ଥା
କୋଲ୍କରିଡର ରାସ୍ତା ମରଣଯନ୍ତା
ତାଳଚେର (ଆପ୍ର): ତାଳଚେର ହିଙ୍ଗୁଳା କୋଇଲା ଖଣି ଠାରୁ ଆରମ୍ଭ କରି ଲିଙ୍ଗରାଜ କୋଇଲା ଖଣିଦେଇ ସମସ୍ତ ଏମ୍ସିଏଲ୍ ଗୁଡ଼ିକରୁ ଦୈନନ୍ଦିନ ପ୍ରାୟ ୭ ହଜାର କୋଇଲା ଟ୍ରକ୍ ଜାତୀୟ ରାଜପଥ ଦେଇ ବାଙ୍କଧରା ଠାରୁ ବାହାରି ନିଜର ଗନ୍ତବ୍ୟ ପଥରେ ଯାଇଥାନ୍ତି । ମାତ୍ର ଭୁବନେଶ୍ୱରୀ କୋଇଲା ଖଣି ନିକଟସ୍ଥ କୋଲକରିଡର ରାସ୍ତାକୁ ଏମସିଏଲ କୌଣସି କାରଣବଶତଃ କାଟି ଦେଇଥିବାରୁ ରାସ୍ତାଟି ଖାଲଖମା ହୋଇ ଲଗାଣବର୍ଷା ଯୋଗୁଁ ରାସ୍ତାରେ ପାଣିଜମିବା ଫଳରେ ଏକାଧିକ ଟ୍ରକ ସେହିସ୍ଥାନରେ ଫସି ଯାଇଥିଲେ । ନା ଟ୍ରକ୍ଗୁଡ଼ିକ ଆଗକୁ ଯାଇଥିଲେ ନା’ପଛକୁ ଫେରିପାରିଥିଲେ । ଫଳରେ କୋଲକରିଡର ରାସ୍ତା ସମେତ ଜାତୀୟ ରାଜପଥରେ ଶହ ଶହ ସଂଖ୍ୟକ କୋଇଲା ଟ୍ରକ ଛିଡ଼ା ହୋଇଥିବାରୁ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଘଟଣାସ୍ଥଳରେ ଖଣି କର୍ତ୍ତୃପକ୍ଷ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ କରିବାକୁ ଅବସ୍ଥା ସ୍ୱାଭାବିକ ହୋଇଥିଲା ।