ହୋଟେଲ୍ ଆଗରେ ଅଳିଆ ଫିଙ୍ଗିଲା ବିଏମ୍ସି

ଭୁବନେଶ୍ୱର (ବୁ୍ୟରୋ): ବାରମ୍ବାର ସଚେତନ, ପରାମର୍ଶ ଓ ତାଗିଦ କରିବା ପରେ ବି ସୁଧୁରିଲେନି ହୋଟେଲ ମାଲିକ । ପରେ ଏନେଇ ନିଜର କଠୋର ଆଭିମୁଖ୍ୟ ଦେଖାଇଛି ବିଏମ୍ସି । ରାସ୍ତାରେ ହୋଟେଲ ପକ୍ଷରୁ ଗଦା କରାଯାଇଥିବା ଅଳିଆ ଉଠାଇ ହୋଟେଲ ମୁଖ୍ୟ ଫାଟକ ପାଖରେ ଫିଙ୍ଗିଛି ବିଏମସି । ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଓଦା ଓ ଶୁଖିଲାରେ ପୃଥକ ନକରି ହୋଟେଲ ମାଲିକ ଖୋଲାରେ ଗଦା କରୁଥିଲେ । ରାସ୍ତାକଡ଼ରେ ଅଳିଆ ପଡ଼ିବା ଫଳରେ ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକ ସମସ୍ୟାରେ ପଡୁଥିଲେ । ଏନେଇ ବିଏମସି ପକ୍ଷରୁ ବର୍ଜ୍ୟବସ୍ତୁକୁ ରାସ୍ତାରୁ ହଟାଇବାକୁ କୁହାଯାଇଥିଲା । କିନ୍ତୁ ନିଦେ୍ର୍ଦଶକୁ ଅବମାନନା କରିବା ସହ ଅଯଥା ଯୁକ୍ତିତର୍କ କରିଥିଲେ ହୋଟେଲ ମାଲିକ । ଫଳରେ ବିଏମସି ପକ୍ଷରୁ ଜେସିବି ଜରିଆରେ ରାସ୍ତାକଡ଼ରେ ଗଦା ପଡ଼ିଥିବା ଅଳିଆକୁ ଉଠାଇ ସମ୍ପୃକ୍ତ ହୋଟେଲର ମୁଖ୍ୟ ଫାଟକ ସମ୍ମୁଖରେ ପକାଇ ଦିଆଯାଇଛି । ବିଏମସିର ଏଭଳି ପଦକ୍ଷେପକୁ ଲୋକମାନେ ସ୍ୱାଗତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *