୨୭ରୁ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଗସ୍ତ
ଭୁବନେଶ୍ୱର, ୨୩ା୯ (ବୁ୍ୟରୋ): ଆସନ୍ତା ୨୭ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ବେଙ୍ଗାଲୁରୁ ତାଜ ୱଷ୍ଟେ ଏଣ୍ଡ ହୋଟେଲରେ ୨୭ ତାରିଖରେ ରହିବା ସହ ୨୮ରେ ସେହି ହୋଟେଲରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବେ । ମୁମ୍ବାଇ ପରି ଦିନବେଳା ମୁଖ୍ୟମନ୍ତ୍ରୀ ଉକ୍ତ ହୋଟେଲ୍ରେ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଅଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ଉପରେ ଅବଗତ କରାଇବେ । ସମ୍ମିଳନୀରେ ବହୁ ନାମୀ ଦାମୀ କମ୍ପାନୀର କର୍ତ୍ତୃପକ୍ଷ ଯୋଗଦେବେ । ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଆଲୋଚନା ହେବ । ୨୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ ଶ୍ରୀ ପଟ୍ଟନାୟକ ଭେଟିବା ନେଇ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ ।