କେରଳରେ ବ୍ୟାପକ ହିଂସା

ଥିରୁବନ୍ତପୁରମ୍, ୨୩ା୯: ଭାରତରେ ଆଇଏସ୍ଆଇଏସ୍ କ୍ୟାଡର ସୃଷ୍ଟିରେ ସମ୍ପୃକ୍ତି ଅଭିଯୋଗରେ ଏନ୍ଆଇଏ ପକ୍ଷରୁ ଗୁରୁବାର ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୫ ରାଜ୍ୟରେ ଥିବା ୯୩ କାର୍ଯ୍ୟାଳୟରେ ଚଢଉ କରାଯିବା ପ୍ରତିବାଦରେ ସଂଗଠନ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ହରତାଳ ଡାକରା ଦିଆଯାଇଥିଲା । ପିଏଫ୍ଆଇ ସଦସ୍ୟ ଓ ସମର୍ଥକମାନେ କେରଳର ବହୁ ଇଲାକାରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ପୁଲିସ୍ ଏହାର ୫୦୦ କର୍ମକର୍ତ୍ତାଙ୍କୁ ଗିରଫ କରିବା ସହ ୪୦୦ ଉପଦ୍ରବକାରୀଙ୍କୁ ଅଟକ ରଖିଛି । ଉପଦ୍ରବକାରୀମାନେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର ମତ୍ତନୁରସ୍ଥିତ କାର୍ଯ୍ୟାଳୟରେ ବୋମାମାଡ କରିଛନ୍ତି । ଏମାନେ ଶତାଧିକ ବସ୍ ଓ ଅନ୍ୟାନ୍ୟ ଗାଡି ଭଙ୍ଗାରୁଜା କରିଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ହରତାଳକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର ଭାରତ ଯୋଡ ଯାତ୍ରାକୁ ଦିନକ ପାଇଁ ବାତିଲ କରିଛି । କେରଳ ହାଇକୋର୍ଟ ନିଜଆଡୁ କୋର୍ଟ ପିଏଫ୍ଆଇ ବିରୋଧରେ ଅବମାମନା ମାମଲା ରୁଜୁ କରି କହିଛନ୍ତି ୭ ଦିନ ପୂର୍ବରୁ ନୋଟିସ୍ ନ ଦେଇ ଆନେ୍ଦାଳନ କରିବା ବେଆଇନ ତଥା ଅସମ୍ବିଧାନିକ ବୋଲି ପୂର୍ବରୁ କୋର୍ଟ ରାୟ ଦେଇଥିଲେ । ଶୁକ୍ରବାର ହିଂସାକାଣ୍ଡରେ ଯେତେ ସର୍ବସାଧାରଣ ତଥା ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି, ଆନେ୍ଦାଳନ ଆହ୍ୱାନ ଦେଇଥିବା ପିଏଫ୍ଆଇ କର୍ମକର୍ତ୍ତାଙ୍କଠାରୁ ଆଦାୟ କରାଯିବ । ପିଏଫ୍ଆଇ ବେଙ୍ଗଲ ମୁଖ୍ୟ ଗିରଫ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାର ଟାର୍ଗେଟରେ ଥିବା ପିଏଫ୍ଆଇୁ ନେତାମାନେ ଦେଶ ଛାଡ଼ି ଚାଲିଯିବା ପାଇଁ ଉଦ୍ୟମ କରୁଛନ୍ତି । କେତେକ ଆତ୍ମଗୋପନ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ପିଏଫ୍ଆଇର ବେଙ୍ଗଲ ମୁଖ୍ୟ ମିନରୁଲ ଶେଖକୁ ଆସାମ ପୁଲିସ ଦିଳ୍ଲରୀୁ ଗିରଫ କରିଛି । ତାକୁ କୋର୍ଟରେ ହାଜର କରାଇବା ପରେ ଆସାମ ଅଣାଯାଇଛି । ତା’ ବିରୋଧରେ ଦେଶଦ୍ରୋହ, ଫୌଜଦାରୀ ଷଡ଼ଯନ୍ତ୍ର, ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଓ ହିଂସା ସଅଷ୍ଟି ନେଇ ମାମଲା ରୁଜୁ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *