୨୭ରୁ ବଢ଼ିବ ବର୍ଷା
ଭିଜିବ ଦଶହରା-ଲକ୍ଷ୍ମୀପୂଜା
ଭୁବନେଶ୍ୱର, ୨୩ା୯ (ବୁ୍ୟରୋ): ଆସନ୍ତା ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା । ଏଥିଲାଗି ୪ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଏବଂ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ଚଳିତ ବର୍ଷ ପୂଜା ବଜାର ଭିଜିବା ଆଶଙ୍କା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେରେ ବା ବର୍ତ୍ତମାନ ପାଣିପାଗ ନିୟାମକ ଅନୁସାରେ, ବାୟୁମଣ୍ଡଳରେ ଏକ ନିମ୍ନ·ପ ରେଖା ସମୁଦ୍ର ପତ୍ତନଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଥିବାବେଳେ ବର୍ଷାର ପରିମାଣ ହାଲୁକାରୁ ମଧ୍ୟ ରହିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ପ୍ରକାା ପାଇଛି । ଲଘୁ·ପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ହେଲେ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ୨୪, ୨୬ ଓ ୨୭ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋବାର ସମ୍ଭାବନା ରହିଛି । ୨୮ ତାରିଖ ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେପଟେ ଏଯାବତ ମୌସୁମୀ ଋତୁରେ ୧୧୫୩ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧିକ ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୫ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଆଗାମୀ ଧାନ ଚାଷ ପାଇଁ ବେଶ ଅନୁକୂଳ ବୋଲି ପାଣିପାଗ ବୈଜ୍ଞାନୀ କହିଛନ୍ତି । ମୌସୁମୀର ପ୍ରଭାବ ସେତେଟା ନଥିବାରୁ ଏହା ଲଘୁଚାପର ରୂପ ନେବ କି ନାହିଁ ତାହା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ପାଣିପାଗ ବୈଜ୍ଞାନିକ ଉମା ଶଙ୍କର ଦାଶ କହିଛନ୍ତି ।