ପକେଟ୍ମାରଙ୍କ ଆଡ୍ଡା ମୋ ବସ୍

ଭୁବନେଶ୍ୱର (ବୁ୍ୟରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରେ “ମୋ ବସ୍’ରୁ ଜଣେ ଯାତ୍ରୀଙ୍କଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ଗୁରୁବାର ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଛି । ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ରୁଟ୍ ନମ୍ବର ୧୬ରେ ଯାଉଥିବା ମୋ ବସ୍ରେ ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି । ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଏହି ବସ୍ରେ ଚଢ଼ିଥିଲେ । ସେ ପଳାଶୁଣି ଯାଉଥିଲେ । ବାଟରେ ତାଙ୍କ ବ୍ୟାୠ୍ର ଚେନ୍ ଖୋଲି କେହି ମୋବାଇଲ୍ ନେଇ ଯାଇଥିଲେ । ସେହିପରି ଅନ୍ୟ ଜଣେ ଛାତ୍ରୀ ବାଣୀବିହାର ଛକରୁ ଏହି ବସ୍ରେ ଚଢ଼ିଥିଲେ । ସେ ବି ପଳାଶୁଣି ଯାଉଥିଲେ । ତେବେ ତାଙ୍କର ବି ମୋବାଇଲ୍ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।
ବଡ଼ କଥା ହେଉଛି, ଗତ ୭ ଦିନ ମଧ୍ୟରେ ରାଜଧାନୀର ୪ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି । ଖଣ୍ଡଗିରି, ନୟାପଲ୍ଲୀ, ଶହୀଦନଗର ଓ ମଞ୍ଚେଶ୍ୱର ଥାନାରେ ଏନେଇ ପୃଥକ ଭାବେ ୭ ମାମଲା ରୁଜୁ ହୋଇଛି । ମୁଖ୍ୟ କଥା ହେଲା ଏହି ସମସ୍ତ ଥାନା ଜାତୀୟ ରାଜପଥ ୫ର ପାଶ୍ୱର୍ରେ ରହିଛି । ପୂର୍ବରୁ ରାତି ଅଧରେ ଲୁଟେରାମାନେ ଲୋକଙ୍କୁ ଲୁଟ୍ପାଟ୍ କରୁଥିଲେ । ହେଲେ ଏବେ ଦିବାଲୋକରେ ଲୁଟ୍ପାଟ୍ କରୁଛନ୍ତି । ସେପଟେ ଏହି ରୁଟ୍ରେ ବହୁ ବେଆଇନ୍ ବସ୍ତି ମଧ୍ୟ ରାସ୍ତା କଡ଼ରେ ଗଢ଼ି ଉଠିଛି । ଅପରାଧୀମାନେ ରୋଡ୍ ସାଇଡ୍ରୁ ଭଦ୍ର ବେଶରେ ବସ୍ରେ ଉଠୁଛନ୍ତି ଓ ଆଗକୁ ଯାଉଛନ୍ତି । ବସ୍ରେ ଉଠିବା ପରେ ଲୁଟ୍ପାଟ୍ ଘଟାଉଛନ୍ତି । ତା ପରେ କିଛି କରିନଥିବା ଭଳି ଖସିଯାଉଛନ୍ତି । ମୋ ବସ୍ରେ ସିସିଟିଭି ଲାଗିଥିବା ସତ୍ତ୍ୱେ ଏହାର କିଛି ଟେର୍ ମିଳୁନି । ଏହି ସ୍ଥିତିରେ ମୋ ବସ୍ରେ ଯାତ୍ରା କରିବା ପାଇଁ ଲୋକ ପଛଘୁଞ୍ଚା ଦେଉଥିବା ଆଲୋଚନା ହେଉଛି ।
ସୂଚନାଥାଉ କି, କିଛିଦିନ ତଳେ ଜୟଦେବ ବିହାର ଅଞ୍ଚଳରୁ ୨ ମୋବାଇଲ୍ ଲୁଟ୍ ନେଇ ଖବର ଥିବାବେଳେ ଗତ ବୁଧବାର ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀଙ୍କୁ ମୋ ବସ୍ରେ ଲୁଟ୍ ହୋଇଥିଲା । ସେହିପରି ଗୁରୁବାର ଚୋରି କରିଥିବା ଲୁଟେରା ଜଣକ ମହିଳା ହୋଇଥିବା ଅଭିଯୋଗ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *