ଜେଲ୍ ପାଲଟିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଇଦାନ

ପୁରୀ (ବୁ୍ୟରୋ): ପୁରୀ ସହରରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରୁଥିଲେ କେତେଜଣ ହାତଗଣତି ଦୁର୍ଦ୍ଦାନ୍ତ ଅପରାଧୀ । ସେମାନଙ୍କ ଇସାରାରେ ହଣାକଟା ଠାରୁ ଆରମ୍ଭ କରି ଦାଦାବଟି, ଲୁଟ୍ ଭଳି ସଙ୍ଗୀନ ଅପରାଧ କରାଯାଉଥିଲା । ଦିନ ଦ୍ୱିପ୍ରହରରେ ମଧ୍ୟ ଗୁଳିକାଣ୍ଡ କରିବାକୁ ପଛାଉ ନ ଥିଲେ । ଫଳରେ ଏହାକୁ ନେଇ ଅଣନିଶ୍ୱାସୀ ହୋଇପଡିଥିଲେ ସହରବାସୀ । ତେବେ ସେମାନେ ଏବେ ସାବାଡ୍ । ପୁରୀରେ ନୂତନ ଏସ୍ପି କନୱାର ବିଶାଲ ସିଂ ଯୋଗଦେବା ପରେ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ସହରରେ ଖୁଲମଖୁଲା କ୍ରାଇମ୍ କରୁଥିବା ଏହି ଅପରାଧୀଙ୍କ ପାଇଁ ଏବେ ଜେଲ ପରିସର ପାଲଟିଛି ମଇଦାନ । ପୂର୍ବରୁ ଯେତେରାଗ ଓ ଶତ୍ରୁତା ରହିଛି ତାହାକୁ ସୁଝାଇବା ଲାଗି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜେଲ ପରିସରରେ ଚାଲିଛି ଛକାପଞ୍ଚା । କେତେବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର୍ ନ ଘଟିବ ତାହା କହିବା ମୁସ୍କିଲ୍ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବା କୁ ମିଳିଥିଲା ଜେଲ ପରିସରରେ ।
ପପୁ ବରାଳ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଳାକାଟି ହତ୍ୟା ଉଦ୍ୟମ ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ମନରେ ଛନକା ପଶିଥିଲା ଛନକା । ଘଟଣା ପରେ ଜେଲ କର୍ତ୍ତୃପକ୍ଷ ଓ ପୁଲିସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ କରିଥିବା ବେଳେ ସେମାନେ ଜେଲ ପରିସରରେ ଗ୍ୟାଙ୍ଗୱାର କରିବାକୁ ଯୋଜନା କରିଥିବା ସ୍ପଷ୍ଟ ହୋଇଥିଲା । ନାମୀଦାମୀ ଅପରାଧୀମାନେ ଏକତି୍ରତ ଗୋଟିଏ ଜେଲ୍ରେ ରହିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଥିବାରୁ ପୁଲିସ ପୂର୍ବରୁ ପପୁକୁ ଭୁବନେଶ୍ୱର ଝରପଡା ଜେଲ୍ ସ୍ଥାନାନ୍ତର କରିଥିବା ବେଳେ ଏବେ ଟାଉନ ଥାନା ପଥୁରିଆସାହିର ଶଶୀ ନାୟକକୁ ପୁଲିସ ସମ୍ବଲପୁର ସର୍କଲ ଜେଲ୍କୁ ସ୍ଥାନାନ୍ତର କରିଛି । ଶଶୀ ନାମରେ ପୁରୀ ସହର ସମେତ ବାହାର ଥାନାରେ ୧୫ରୁ ଊଦ୍ଧ୍ୱର୍ ସଙ୍ଗୀନ୍ ମାମଲା ଥିବା ବେଳେ ଗତ ଏପ୍ରିଲରେ ଦାଦାବଟି ଆଦାୟ ଘଟଣାରେ ଶଶୀକୁ ଟାଉନଥାନା ପୁଲିସ୍ ଗିରଫ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *