ମାର୍ଚ୍ଚ ସୁଦ୍ଧା ଜିପିଏସ୍, ପାନିକ୍ ବଟନ୍
ଭୁବନେଶ୍ୱର, ୨୨ା୯ (ବୁ୍ୟରୋ): ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍ । ଏହା ଦ୍ୱାରା ଗାଡ଼ିର ବେଗ ସହ ସବୁକିଛି ଜାଣିହେବ । ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍ ରହିବ । ୩ ଚକିଆ ଯାନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିରେ ଏହି ବ୍ୟବସ୍ଥା ରହିବ । ତେବେ ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନେ୍ଦଶ ସୂଚାଇବ । ୩୧ ଡିସେମ୍ବର ୨୦୨୨ ପୂର୍ବରୁ ଖର୍ଦ୍ଦି ଗାଡ଼ି ପାଇଁ ଡେଡଲାଇନ ଧାର୍ଯ୍ୟ ହୋଇଛି । ଏସବୁ ଗାଡ଼ି ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ଡିଭାଇସ୍ ଲଗାଇବାକୁ ବାଧ୍ୟ । ୨୦୨୩ରେ ଖର୍ଦ୍ଦି ଗାଡ଼ିରେ ରେଜିଷ୍ଟ୍ରେସନ ପୂର୍ବରୁ ଡିଭାଇସ୍ ଲାଗିଥିବା ଜରୁରୀ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ସୂଚନା ଅନୁସାରେ, ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ସରକାର ଏହି ନିଦେ୍ର୍ଦଶ ପାଳନ କରୁଛନ୍ତି । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କେନ୍ଦ୍ର ସରକାର ପ୍ରଦତ୍ତ ୫୩ ନିୟମରୁ ୪୪ କଡାକଡି ଲାଗୁ ହୋଇଛି । ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ । ୨୦୧୯ ମେ ୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା ।
ଇଣ୍ଡିଆନ ଅଟୋ କମ୍ପାନୀ (ଆଇଏସି) ଦ୍ୱାରା କେରଳରେ ପ୍ୟାନିକ ବଟନ ସହିତ ବାହନ ଲୋକେସନ- ଟ୍ରାକିଂ ଉପକରଣର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସରେ ଏକ ପ୍ୟାନିକ ବଟନ ରହିଛି । ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କଲେ ସିଧାସଳଖ କଣ୍ଟ୍ରୋଲ ରୁମ ବା ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ଯିବ । ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ । ଏହି ଗ୍ୟାଜେଟ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ । ଯାହା ଫଳରେ ଚାଳକଙ୍କ ଗାଡି ଚଳାଇବା ଉପରେ ନଜର ରଖିହେବ । ଦୃତ ଗତି, ବ୍ରେକିଂ, ନାଇଟ ଡ୍ରାଇଭିଂ, ନିଶା ସେବନ କରି ଗାଡି ଚଳାଇବା ଉପରେ ରୋକ ଲାଗିପାରିବ । ପ୍ରତ୍ୟେକ ରାଜ୍ୟ ଏକ ଅପରେସନ ସେଣ୍ଟର ସ୍ଥାପନ କରିବେ । ଯେତେବେଳେ ପ୍ୟାନିକ ବଟନର ସୂଚନା ଆସିବ ସେତେବେଳେ ସମ୍ପୃକ୍ତ ଅପରେସନ ସେଣ୍ଟର ଆବଶ୍ୟକ ପଦକ୍ଷେପ ନେବ । ମହିଳା, ଛାତ୍ର ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା, ଜରୁରୀକାଳୀନ ପରିସ୍ଥିତି ଏବଂ ଚିକିତ୍ସା ଆବଶ୍ୟକତା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି ।
ଏକାକୀ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହି ଡିଭାଇସ ପାଇଁ ସୁରକ୍ଷିତ ଯାତ୍ରା କରିପାରିବେ । ଦୁର୍ଘଟଣା ଘଟିଲେ, ଜରୁରୀକାଳୀନ ସେବାକୁ ଡାକିବାକୁ ଏବଂ ଫୋନରେ ସେମାନଙ୍କୁ ସ୍ଥାନ ବୁଝାଇବା ପରିବର୍ତ୍ତେ ବଟନ ଚିପି ଅପ୍ଡେଟ ସୂଚନା ଦେଇପାରିବେ । ୨୦୧୮ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ, ୧୯୮୯ ଅଧୀନରେ ଆସୁଥିବା ସମସ୍ତ ସର୍ବସାଧାରଣ ପରିବହନ ଯାନ ପାଇଁ ଏହି ନିୟମ ଲାଗୁ ହେବ । ହେଲେ ଅଟୋ ରିକ୍ସା ଏବଂ ଇ-ରିକ୍ସା ଏଥିରେ ଯୋଡି ହେବେ ନାହିଁ ।