୪ ଘଣ୍ଟା ପରେ ଫେରାଇଲେ ମହିଳା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି
ରାୟଗଡ଼ା(ଆପ୍ର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗୁରୁବାର ମଧ୍ୟାହ୍ନରେ ଏକ ୭ ମାସର ପୁଅକୁ ଚୋରି କରାଯାଇଥିଲା । ତେବେ ୪ଘଣ୍ଟା ପରେ ୨ଜଣ ମହିଳା ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।
ଗୁମ୍ମା ପଞ୍ଚାୟତ ବାଲେଶର ଗ୍ରାମର ପେଶୁ ହିକକା ଓ ଅଳତି ହିକକା ନିଜ ୩ ବର୍ଷର ପୁଅ ରୁନାର ଚିକିତ୍ସା ପାଇଁ ମୁଖ୍ୟଚିକିତ୍ସାଳୟକୁ ଆସିଥିଲେ । ସାଥିରେ ୭ ମାସର ସାନ ପୁଅକୁ ମଧ୍ୟ ଆଣିଥିଲେ । ଗୁରୁବାର ପେଶୁ ନିଜ ଘରକୁ ଯାଇଥିଲେ ଓ ଅଳତି ଏକୁଟିଆ ମେଡିକାଲରେ ଥିଲେ ।
ମଧ୍ୟାହ୍ନରେ ଅଳତି ଟଏଲେଟ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ସାନ ପୁଅକୁ ନେଇ ଫେରାର ହୋଇଯାଇଥିଲା । ଅଳତି ପୁଅକୁ ନ ପାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ପାଇ ରାୟଗଡ଼ା ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ତନାଘନା ଚଳାଇଥିଲେ । ଆଉ ଦୁଇ ଟିମ୍ ସହରରେ ଛାନ୍ବିନ୍ ଚଳାଇଥିଲେ । ପଡୋଶୀ ଶେଷଖାଲ, ·ନ୍ଦିଲି ଓ ଟିକିରି ଥାନାକୁ ମଧ୍ୟ ଖବର ଦିଆାଯାଇଥିଲା । ଅପରାହ୍ଣ ୫ ଟାରେ ଦୁଇଜଣ ମହିଳା ଶିଶୁ ପୁତ୍ରକୁ ମେଡିକାଲରେ ଦେଇଥିବା ସମୟରେ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *