ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି

ନକଲି ଔଷଧ ତନାଘନା
ଭୁବନେଶ୍ୱର (ବୁ୍ୟରୋ): ନକଲି ଔଷଧ ନେଇ ରାଜ୍ୟ ସରକାର ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରେ ଧରା ହୋଇଥିବା ନକଲି ଔଷଧ ଟେଲମା-୪୦, ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନିର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଆମେ ଏସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିଲା ନାହିଁ । ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଗୋଟେ ଟିମ ଗଠନ କରିଛନ୍ତି । ଏଥିରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୁଲିସ ଅଫିସର ଅଛନ୍ତି । ଏମାନେ ସେ ଦିଗରେ ତଦନ୍ତ କରିବା ପାଇଁ ବିହାର ଯାଇଛନ୍ତି । ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପାଇଁ ବିହାରର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଓଡିଶାକୁ ଆସିଥିବା ଔଷଧ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦେବାଲାଗି ବିହାର ଭେଷଜ ନିୟନ୍ତ୍ରକଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସୂଚନା ମିଳିପାରିନାହିଁ । ତେଣୁ ବିହାର ଭେଷଜ ନିୟନ୍ତ୍ରକ ଯେଭଳି ଏହି ସୂଚନା ପ୍ରଦାନ କରିବେ ସେଥିଲାଗି ତାଙ୍କୁ ନିଦେ୍ର୍ଦଶ ଦେବାକୁ ଓଡିଶାର ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି । ଇତି ମଧ୍ୟରେ ନକଲି ଔଷଧର ଖୋଳତାଡ ପାଇଁ ଗଠିତ ଦୁଇ ଜଣିଆ ଅଧିକାରୀ ପୁଲିସ୍ ସହାୟତାରେ ବିହାର ଯାଇଛନ୍ତି । ସହକାରୀ ଭେଷଜ ନିୟନ୍ତ୍ରକ ତୁଷାର ରଞ୍ଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣ ବିହାର ଯାଇ ସେଠାରୁ ନକଲି ଔଷଧ ଯୋଗାଣ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ସଂଗ୍ରହ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *