ବଣ୍ଡାଘାଟିରୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ
ମାଲକାନଗିରି (ଆପ୍ର): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତ ଏବଂ ଆନ୍ଧ୍ରପ୍ରଦେଶର ୭୧୩ ମାଓ ମିଲିସିଆ ଆତ୍ମସମର୍ପଣ କରିବା ପରେ ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲାର ସୀମା, ମାଲକାନଗିରି ଜିଲ୍ଲା ସୀମା ଏବଂ ଆନ୍ଧ୍ରପ୍ରଦେଶର ରାଙ୍ଗାବାୟାଲୁ ପଞ୍ଚାୟତ ଅଞ୍ଚଳରେ କୋରାପୁଟ ଡିଭିଏଫ୍ ଯବାନ ସର୍ଚ୍ଚ ଅପରେସନ କରିଥିଲେ । ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତ ସିନ୍ଧିପୁଟ ଜଙ୍ଗଳରେ ଏକ ଗାତରେ ଲୁଚାଯାଇଥିବା ଏସବୁ ସାମଗ୍ରୀକୁ ଜବତ କରିଛନ୍ତି । ଗାତରେ ନକ୍ସଲ ରଖିଥିବା ୭୦ ହଜାର ଟଙ୍କା, ଦୁଇ ଟିଫିନ ବୋମା, କୋଡେକ୍ସ ତାର, ପ୍ରେସରକୁକର ବୋମା, ବିଦ୍ୟୁତ ତାର, ଡିଟୋନେଟର ଇତ୍ୟାଦି ଜବତ କରାଯାଇଛି । ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲୁ·ଇ ରଖିଥିବା କୁହାଯାଇଛି ।