ଶିକ୍ଷକ ଅଭାବର ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
ପାରାଦୀପ (ଆପ୍ର): କୋମଳମତି ଶିଶୁଙ୍କ ମୁହଁରେ ବିକ୍ଷୋଭର ନାରା । ବହି ଖାତା ଛାଡି ଗେଟ୍ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତିଏମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ବିଶ୍ୱାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆମେ ସ୍କୁଲ କୁ ଯିବୁନି କି କାହାକୁ ଯିବାକୁ ମଧ୍ୟ ଦେବୁନି ଯାହା ହେବାର ହେଇଯାଉ । ଆମକୁ ଶିକ୍ଷକ ଦିଅ, ନଚେତ୍ ଆମେ ଆନେ୍ଦାଳନରୁ ଓହରିବୁ ନାହିଁ । ଏଭଳି କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପାରାଦୀପ ବିଶ୍ୱାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ବିଦ୍ୟାଳୟରେ ୨୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁÿ ଥିବା ବେଳେ, ପାଠ ପଢାଇବାକୁ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ । ସାତଟି ଶ୍ରେଣିକୁ ଶିକ୍ଷକ ନ ଥିବାରୁ ଗୋଟିଏ ଶ୍ରେଣି ଗୃହରେ ଦୁଇଟି ଶ୍ରେଣିର ପିଲା ବସିବାକୁ ବାଧ୍ୟ ହେଉଛନ୍ତି । ଜଣେ ଶିକ୍ଷକ ଦୁଇଟି ଶ୍ରେଣୀରେ ଏକା ସମୟରେ ପାଠ ପଢଉଛନ୍ତି ।
ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ଗୁରୁବର ପିଲାମାନେ ଏଭଳି ଆନେ୍ଦାଳନକୁ ଓହ୍ଲାଇଛନ୍ତି । ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଗତ ୨ ବର୍ଷ ହେବ କରୋନା କଟକଣା ପାଇଁ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ପରୀକ୍ଷା ପୂର୍ବରୁ ଶିକ୍ଷକଙ୍କ ଅଭାବ ଏହି ସମସ୍ୟାକୁ ବଢାଇ ଦେଇଛି । ପ୍ରାଥମିକ ଶ୍ରେଣିରେ ୩୫ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକରେ ୩୫ ରେ ଜଣେ ଶିକ୍ଷକ ରହିବା ନେଇ ନିୟମ ଅଛି । କିନ୍ତୁ ଏଠାରେ ଏଭଳି କ’ଣ ପାଇଁ ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ଅନୁଯାଇ ଶିକ୍ଷକ ଯୋଗାଇ ନ ଦେଲେ ଆଗାମୀ ଦିନରେ ସମସ୍ତ ଛାତ୍ରଛାତ୍ରୀ କଲମ ଛାଡ଼ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।