ୱାର୍ ଜୋନ୍କୁ ଯିବେ ୩ ଲକ୍ଷ ରିଜର୍ଭ ସୈନିକ

ମସ୍କୋ, ୨୧ା୯: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଅବ୍ୟାହତ ଥିବାବେଳେ ରାଷ୍ଟ୍ରପତି ପୁତିନ୍ ୟୁକ୍ରେନ୍ରେ ସୈନିକ ସଂଖ୍ୟା ବଢ଼ାଇବାକୁ ଯାଉଛନ୍ତି । ଏହିକ୍ରମରେ ସେ ୩ ଲକ୍ଷ ରିଜର୍ଭ ସୈନିକଙ୍କୁ ଡାକିଛନ୍ତି । ସେନାରେ ‘ମୋବିଲାଇଜେସନ୍’ ସମ୍ବନ୍ଧୀୟ ଡିକ୍ରୀରେ ସେ ସ୍ୱାକ୍ଷର କରିଛନ୍ତି । ତା’ସହିତ ସେ ପାଶ୍ଚାତ୍ୟ ଦେଶ ବିଶେଷକରି ବ୍ରିଟେନ୍ ବିରୋଧରେ ନୁ୍ୟକ୍ଲିୟର୍ ବ୍ଲାକ୍ମେଲ୍ ଅଭିଯୋଗ ଆଣିଛନ୍ତି । ପୁତିନ୍ କହିଛନ୍ତି, ନାଟୋ ମେଣ୍ଟର କେତେକ ବଡ଼ ନେତା ରୁଷ୍ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଇଆସୁଛନ୍ତି । ଯଦି ପାଶ୍ଚାତ୍ୟ ଦେଶମାନେ ଏପରି କରନ୍ତି, ରୁଷ୍ ସମୁଚିତ ଜବାବ ଦେବ ।
ରୁଷ୍ର ସୈନିକ ସଂଖ୍ୟା ବଢ଼ାଇବା ସହିତ ୟୁକ୍ରେନ୍ର ଡୋନୋବାସ ଉପରେ କବ୍ଜା ଜମାଇବା ପ୍ରସ୍ତୁତିକୁ ପୁତିନ୍ ତ୍ୱରାନ୍ୱିତ କରିଛନ୍ତି । ଡୋନୋବାସ ସହିତ ୟୁକ୍ରେନ୍ର ଖେରସମ୍ ଓ ଜପୋରିଜୀୟାକୁ ରୁଷ୍ରେ ମିଶାଇବା ଉଦ୍ୟମ ହେଉଛି । ଏହିସବୁ ଇଲାକାରେ ଜନମତ ସଂଗ୍ରହ ପାଇଁ ପୁତିନ୍ ଆଦେଶ ଦେଇଛନ୍ତି । ଡୋନେଟ୍ସ୍କ, ଲୁହାନ୍ସକ, ଖେରସମ୍ ଓ ଜପୋରିଜୀୟାର ଅଧିବାସୀମାନେ ରୁଷ୍ରେ ସାମିଲ ହେବେ କି ନାହିଁ, ଶୁକ୍ରବାର ଭୋଟ୍ ଦେବେ । ଏଇସବୁ ଶିଳ୍ପସମୃଦ୍ଧ ଇଲାକାରେ ରୁଷୀୟ ନାଗରିକଙ୍କ ସଂଖ୍ୟା ବେଶ୍ ଅଧିକ । ଏଗୁଡ଼ିକୁ ନିଜ ଦେଶରେ ମିଶାଇଦେଲେ ୟୁକ୍ରେନ୍ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ।
ପୁତିନ୍ଙ୍କ ପୂର୍ବତନ ଉପଦେଷ୍ଟା ସର୍ଗେଇ ମାର୍କୋଭ୍ ବ୍ରିଟେନ୍କୁ ପରମାଣୁ ଆକ୍ରମଣ ଲାଗି ସିଧା ଧମକ ଦେବା ସହ କହିଛନ୍ତି, ୟୁକ୍ରେନ୍ରେ ବାସ୍ତବ ପକ୍ଷେ ପାଶ୍ଚାତ୍ୟ ଦେଶମାନଙ୍କ ସହ ଲଢ଼େଇ ଚାଲିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *