ଅତିରିକ୍ତ ତହସିଲଦାରଙ୍କ ୬ କୋଠା, ୨୧ ପ୍ଲଟ୍ ଠାବ
ାା ଆୟବହିର୍ଭୂତ ସମ୍ପତ୍ତି ।ା
ସୁନ୍ଦରଗଡ଼ (ଆପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସକାଳୁ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡା ବ୍ଲକ୍ ଡୁମାବାହାଲର ୪ଟି ସ୍ଥାନ ସମେତ ଲେଫ୍ରିପଡା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି । ଡିଏସପି ସୁଧାଂଶୁ ପୁଝାରୀଙ୍କ ନେତୃତ୍ୱରେ ଟିମ୍ ଚଢାଉ କରିବା ସହ ସମ୍ପତ୍ତିର ଆକଳନ ଆରମ୍ଭ କରିଛି । କୁଳମଣିଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି । ତାଙ୍କ ନାମରେ ୨୧ଟି ପ୍ଲଟ୍ ରହିଛି ।
ରେଡ୍ବେଳେ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ସମେତ ୨୧ଟି ପ୍ଲଟ, ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର, ୩ ବାଇକ୍ ଠାବ ହୋଇଛି । ସମସ୍ତ ଜମିଜମା ସୁନ୍ଦରଗଡ଼ ଅଞ୍ଚଳରୁ ଠାବ କରାଯାଇଛି । ବ୍ୟାଙ୍କ ଜମା, ବୀମା ଓ ଗହଣା ଆଦି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି । ସୁନ୍ଦରଗଡ଼ ସହରର ମିଶନ ରୋଡସ୍ଥିତ ଦୁଇ ମହଲା ଘର, ଲେଫ୍ରିପଡ଼ାର ତିନି ମହଲା ଘର ଏବଂ ଡୁମାବାହାଲର ତିନିଟି ଘରେ ରେଡ୍ ·ଲିଛି ।
ସେପଟେ ହେମଗିରରେ ସେ ଥିବାବେଳେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏନ୍ଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ଜମି ହରାଇଥିବା ବିସ୍ଥାପିତଙ୍କ କ୍ଷତିପୂରଣ ବାବଦକୁ ୭୧ ଲକ୍ଷ ଟଙ୍କାହେରଫେର କରିଥିଲେ । ।