୨୮ରୁ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଗସ୍ତ

ଓଡିଶା ନିବେଶକ ସମ୍ମିଳନୀ
ଭୁବନେଶ୍ୱର, ୨୦ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ ତାରିଖରୁ ୨ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ୟୋଗପତିଙ୍କୁ ସିଧାସଳଖ ଭେଟିବେ । ଏହା ସହ ସେମାନଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୨ ପାଇଁ ଆମନ୍ତ୍ରଣ କରିବେ । ବେଙ୍ଗାଲୁରୁରେ ହେବାରୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବେ । ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ଆଲୋଚନା କରିବେ ।
ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଅଣ୍ଡ ମେଟାଲ ଡାଉନଷ୍ଟ୍ରିମ୍, ଲଜିଷ୍ଟିକ୍, ପ୍ଲାଷ୍ଟିକ, କେମିକାଲ କ୍ଷେତ୍ରରେ ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ପ୍ରମୁଖଙ୍କ ସହ ପ୍ରଶାସନିକ ବରିଷ୍ଠ ଅଧିକାରୀ ମଧ୍ୟ ବେଙ୍ଗାଲୁରୁ ଗସ୍ତ କରିବେ । ଗତ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ଭାରତୀୟ ଶିଳ୍ପ ବଜାରର ବଡ଼ ପ୍ଲେୟାର ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦିନେଶ କୁମାର ଖାନା, ୱାରେ ଇଞ୍ଜିନିୟର୍ସ ଲିମିଟେଡ଼ ଅଧ୍ୟକ୍ଷ ହିତେଶ ଯୋଶୀ, ଅପର ଇଣ୍ଡଷ୍ଟ୍ରିସ ଲିମିଟେଡ଼ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଜେଏମ୍ ବକ୍ସି ଲିମିଟେଡ଼ ଅଧ୍ୟକ୍ଷ ଧ୍ରୁବ କୋଟାକଙ୍କୁ ଭେଟି ଆଲୋଚନା କରିଛନ୍ତି । ମୁମ୍ବାଇ ରୋଡ଼ ସୋ ଅତି ଉତ୍ସାହଜନକ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ପରି ମୁମ୍ବାଇ ରୋଡ଼ ସୋ ମଧ୍ୟ ଅତି ଉତ୍ସାହଜନକ ହୋଇଛି । ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ରୋଡ଼ ସୋ’ରେ ଅନେକ ପ୍ରତିଶ୍ରୁତି ମିଳିଛି ।
ମୁମ୍ବାଇ ରୋଡ଼ ସୋ ରେ ୨୫୦ ଶିଳ୍ପ ପ୍ରତିନିଧିଙ୍କ ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ । ମେକ ଇନ ଓଡ଼ିଶା ଲାଗି ଉତ୍ସାହ ବଢ଼ିଥିବାରୁ ୨୦୦ ଅଧିକ ସିଟ ପକେଇବାକୁ ପଡ଼ିଥିଲା । ୪୫୬ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପ୍ରତିନିଧି ଆବେଦନ ଆସିଥିଲା । ଅନ୍ୟ ରାଜ୍ୟ ଯାହା ସହଯୋଗ ଦେଉଛନ୍ତି, ଓଡ଼ିଶା ତାଠାରୁ ଅଧିକ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟରେ ସ୍ଥିର ସରକାର, କଞ୍ଚାମାଲ, ଭିତ୍ତିଭୂମୀ, ବିଦୁ୍ୟତ ସର୍ପଲସ ଓ ଦକ୍ଷ ଯୁବକ ଯୁବତୀ ଅଛନ୍ତି । ଛୁଞ୍ଚି, ଟିଏମଟି ବାର, କ୍ଷୁଦ୍ରରୁ ମଧ୍ୟମ ଶିଳ୍ପ ରାଜ୍ୟ ସରକାର ଦ୍ୱାରା ଖୋଲା ଅଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *