ଦୋକାନ ଜବରଦଖଲ ଉଚ୍ଛେଦରୁ  ଉତ୍ତେଜନା

ତାଳଚେର (ଆପ୍ର): ତାଳଚେର ସହରସ୍ଥିତ ବାଲୁଗାଁ ଛକ ନିକଟରେ ଥିବା ବେଆଇନ୍ ଦୋକାନ ଘରକୁ ଅ ।ଜି ଏମ୍ସିଏଲ୍ ପକ୍ଷରୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ନେଇ ବିରୋଧ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ବଡ ବଡିଆ ମାନେ ଏମ୍ସିଏଲ ଜାଗାରେ ଘର କରି ଭଡ଼ା ଦେଇ ମାଲେମାଲ ହେଉଥିବା ବେଳେ ଗରିବ ଲୋକଙ୍କ ଛୋଟ ଛୋଟ  ଦୋକାନ ଉପରେ ଡୋଜର ଚାଲିବା ନେଇ ଲୋକେ ଚର୍ଚ୍ଚା  କରୁଥିବା  ବେଳେ, ଏପଟେ ଏମ୍ସିଏଲ ପକ୍ଷରୁ ଏକ ଦୋକାନକୁ ଉଛେଦକୁ ନେଇ  ଉତ୍ତେଜନା  ପ୍ରକାଶ ପାଇଥିଲା । ପାଖରେ ଥିବା ଆଉ ଏକ ଦୋକାନରେ ବିଭିନ୍ନ ପ୍ରକାର ବେଆଇନ କାରବାର ହେଉଥିବା ବେଳେ ଏମ୍ସିଏଲ  କର୍ତୁପକ୍ଷ ସେଥିରେ ଦ୍ରୁଷ୍ଟି ପଡୁ ନ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସେହି ଦୋକାନକୁ ଏମ୍ସିଏଲ ଉଚ୍ଚକର୍ତୃପକ୍ଷ କାହିଁକି ଏତେ ଅପଣାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏପଟେ ଗରିବ ପାଇଁ  ଗୋଟେ ଆଇନ୍ ଆଉ ବଡ ବଡିଆଙ୍କ ଆଉ ଗୋଟେ  ଆଇନ୍ । ତେଣୁ ଉଚ୍ଚ କର୍ତୃପକ୍ଷ ଦ୍ରୁଷ୍ଟି  ଦେଇ ସମସ୍ତଙ୍କ ପାଇଁ ସମାନ ନିୟମାବଳୀ ରଖିବା ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *