ଜାତିସଂଘ ମହାସଭାକୁ ସମ୍ବୋଧିତ କଲେ ପ୍ରିୟଙ୍କା

ଜେନିଭା (ଏଜେନ୍ସି): ଅଭିନୟ ଦକ୍ଷତା ବଳରେ ବଲିଉଡ୍ରୁ ହଲିଉଡ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସୋମବାର ମିଳିତ ଜାତିସଂଘର ମହାସଭାକୁ ସମ୍ବୋଧିତ କରିଛନ୍ତି । ପ୍ରିୟଙ୍କା ନିଜ ସମ୍ବୋଧନରେ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ନିଜ ଅଭିବ୍ୟକ୍ତି ରଖିଛନ୍ତି ।
ସମ୍ପ୍ରତି ୟୁନିସେଫ୍ର ଏସିଆନ୍ ରିଜିଅନ୍ ପାଇଁ ଗୁଡ୍ୱିଲ୍ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ ଥିବା ପ୍ରିୟଙ୍କା କହିଛନ୍ତି, ସମଗ୍ର ବିଶ୍ୱରେ ଏବେ ସବୁକିଛି ଠିକ୍ ଚାଲିନାହିଁ । ସମ୍ପ୍ରତି ବିଶ୍ୱ କୋଭିଡ୍-୧୯ ମହାମାରୀ, ଯୁଦ୍ଧ ବିଭିଷୀକା, ଜଳବାୟୁ ପରିବର୍ତ୍ତନ ଆଦି ଏକାଧିକ ସମସ୍ୟା ଦେଇ ସଂଘର୍ଷ କରୁଛି । ଏସବୁର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କୁ ପ୍ରଭାବିତ କରୁଛି । ଆମ ପାଖରେ ୟୁଏନ୍ ସଷ୍ଟେନେବଲ୍ ଡେଭଲପ୍ମେଣ୍ଟ ଗୋଲ୍ସ୍ ନାମରେ ଯୋଜନା (ପ୍ଲାନ୍) ରହିଛି । ପ୍ରିୟଙ୍କା କହିଛନ୍ତି, ବାସ୍ତବରେ ଆମକୁ ଏକ ସଙ୍ଗେ କ’ଣ କରିବା ଉଚିତ୍ ସେସମ୍ପର୍କରେ ଏକତ୍ର ଚିନ୍ତା କରାଯିବା ଉଚିତ୍ । କାରଣ ଆମ ପାଖରେ ହରାଇବା ପାଇଁ କ୍ଷଣଟିଏ ସମୟ ମଧ୍ୟ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *