ସାଲିଆସାହିରେ ଦେଶୀ ମଦ, ପୋଚ ନଷ୍ଟ
ଆକ୍ସନ ମୋଡ୍ÿରେ କମିଶନରେଟ୍ ପୁଲିସ
ଭୁବନେଶ୍ୱର (ବୁ୍ୟରୋ): ଆଗକୁ ଆସୁଛି ପାର୍ବଣ । ଏଥିପାଇଁ ଆଗୁଆ ସଜାଗ ହୋଇଛି କମିଶନରେଟ ପୁଲିସ । ରାଜଧାନୀରେ ଅପରାଧିକ ମାମଲାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ ଜାରି ଥିବାବେଳେ ମଙ୍ଗଳବାର ସାଲିଆସାହି ବସ୍ତିରେ ସ୍ୱତନ୍ତ୍ର ଟିମ୍ ଏକ କାଳୀନ ଚଢ଼ାଉ କରିଛି । ଡିସିପି ପ୍ରତୀକ ସିଂ ଓ ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବାବେଳେ ବହୁ ଘରୁ ଦେଶୀ ମଦ ଭାଟି ଜବତ ହୋଇଛି । ନିଶା ସମଗ୍ରୀକୁ ହେପାଜତରେ ନିଆଯାଇଥିବାବେଳେ ରନ୍ଧା ହେଉଥିବା ମଦକୁ ଢ଼ାଳି ପୁଲିସ୍ ନଷ୍ଟ କରିଛି ।
କମିଶନରେଟ୍ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ମଦ ମାଟିରେ ଚଢ଼ାଉ କରି ବିପୁଳ ପରିମାଣର ଦେଶି ମଦ ସହ ପୋଚ ଓ ଚାଉଳି ଜବତ କରିଛି । ଚଢ଼ାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସାମଗ୍ରୀ ହାଣ୍ଡି ଓ ବାଲଟି ଆଦି ଜବତ ହୋଇଛି । ଡିସିପି ଶ୍ରୀ ସିଂ ପ୍ରତିକ୍ରିୟା ରଖି କହିଛନ୍ତି, ପୂଜା ସମୟରେ ଅଧିକ ମାତ୍ରାରେ ଅପରାଧ ମାମଲା ଦେଖିବାକୁ ମିଳେ । ଅପରାଧୀମାନେ ମଦ ପିଇ ଅପରାଧିକ କାର୍ଯ୍ୟାକଳାପ କରିଥାନ୍ତେ । ଯେଉଁ ସ୍ଥାନ ଗୁଡ଼ିକରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ସେଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଡ୍ରଗ୍ସ ଉପରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଡ୍ରାଇଭ କରାଯାଉଛି । ସାଲିଆସାହିରେ ନିଶା ଦ୍ରବ୍ୟ ତିଆରି ହେଉଥିବାର ସୂଚନା ମିଳିଥିଲା । ଖବର ପାଇଁ କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ନିଶା ସାମଗ୍ରୀୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଫେରାର ଅଛନ୍ତି । ସେମାନଙ୍କ ପରିଚୟ ମିଳିସାରିଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।