ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏନ୍ଓସି
ନିଷିଦ୍ଧାଞ୍ଚଳ ବାହାରେ ରହିବ ଅଭ୍ୟର୍ଥନା କକ୍ଷ
ପୁରୀ, ୨୦ା୯(ବୁ୍ୟରୋ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଏନଏମଏ । ଏନଏମଏର ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରଷ ପାଇଁ ଶୌଚାଳୟ,କ୍ଲକ୍ ରୁମ୍,ମିନି କ୍ଲକ୍ ରୁମ୍, ସେଲଟର ପାଭିଲିଅନ, ସେବାୟତଙ୍କପାଇଁ ଶୌଚାଳୟ ଓ ଇଲେକ୍ଟ୍ରିକାଲ ରୁମ୍ନିର୍ମାଣ କରାଯିବ । ସେହିପରି ପଶ୍ମିମଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତଶୌ ଚାଳୟ ଓ କ୍ଲକ୍ ରୁମ୍ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶ ହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ ରହିଛି ।
ରିସେପ୍ସନସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ । ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ ଏନଓସି ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି । ଏଥିସହ ବଡ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ବର୍ଦ୍ଧିତ ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନଫୋନସନ୍,ଡୋନେସନ ସେଲ,ଫାଷ୍ଟ ଏଡ୍ ସେଣ୍ଟର,ପୋଲିସ ସହୟତା କେନ୍ଦ୍ର ଓ ଏଟିଏମ୍ କାଉଣ୍ଟର ନିର୍ମାଣ କରାଯିବ । ଅନ୍ୟପକ୍ଷରେଏହାର ସୁରକ୍ଷାଓରକ୍ଷଣାବେକ୍ଷଣାକୁ ଦୃଷ୍ଟିରେ ରଖି ରେଗୁଲେଟେଡ ଅଞ୍ଚଳରେ ହିଁ କରାଯିବ ବୋଲିନିଷ୍ପତ୍ତିହୋଇଛି ।